ଆଜି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ, ୧୯ ନଭେମ୍ବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ପ୍ରାୟ ୪ଟା ୩୦ ମିନିଟ୍ରେ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନଠାରେ ''ସାମାଜିକ ନ୍ୟାୟ ଓ ସଶକ୍ତୀକରଣ'' ବିଷୟବସ୍ତୁ ଉପରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଯୋଗଦେବେ। ଏହି ଅବସରରେ
प्रधानमंत्री नरेन्द्र मोदी। फोटो - फाइल


ନୂଆଦିଲ୍ଲୀ, ୧୯ ନଭେମ୍ବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ପ୍ରାୟ ୪ଟା ୩୦ ମିନିଟ୍ରେ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନଠାରେ 'ସାମାଜିକ ନ୍ୟାୟ ଓ ସଶକ୍ତୀକରଣ' ବିଷୟବସ୍ତୁ ଉପରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଯୋଗଦେବେ। ଏହି ଅବସରରେ ସେ ଉପସ୍ଥିତ ଲୋକଙ୍କୁ ମଧ୍ୟ ସମ୍ବୋଧିତ କରିବେ। କାର୍ଯ୍ୟକ୍ରମର ପୂର୍ବ ସନ୍ଧ୍ୟାରେ ଜଣେ ସରକାରୀ ମୁଖପାତ୍ର ଏହି ସୂଚନା ଦେଇଛନ୍ତି।

ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଏହି ସମ୍ମିଳନୀରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ତଥା ଦିବ୍ୟାଙ୍ଗଜନଙ୍କ ସଶକ୍ତୀକରଣ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ରାଜ୍ୟର ରାଜନୈତିକ ନେତୃତ୍ୱ ଏବଂ ଅଧିକାରୀମାନେ ଯୋଗଦେବେ।

ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁଯାୟୀ ଆୟୋଜିତ ବିଭାଗୀୟ ସମ୍ମିଳନୀ ଶୃଙ୍ଖଳାର ଏହା ହେଉଛି ତୃତୀୟ ଆୟୋଜନ। ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ମଜବୁତ କରିବା, ଜାତୀୟ ପ୍ରାଥମିକତା ପ୍ରତି ସାମୂହିକ ମାଲିକାନା ଭାବନାକୁ ପ୍ରୋତ୍ସାହିତ କରିବା ଏବଂ କେନ୍ଦ୍ର-ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ମାଧ୍ୟମରେ ଲକ୍ଷ୍ୟ ହାସଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande