
ମାଲକାନଗିରି, ୧୯ ନଭେମ୍ବର (ହି.ସ.)- ଧାନ ଅମଳ ଋତୁ ଆରମ୍ଭ ହେବା ପୂର୍ବରୁ କାଲିମେଳା ବ୍ଲକର ବିଭିନ୍ନ ଗ୍ରାମରେ ଧାନ ଦଲାଲଙ୍କ ଗତିବିଧି ବଢ଼ିବାରେ ଲାଗିଛି। ଚାଷୀଙ୍କ ଠାରୁ କମ୍ ମୂଲ୍ୟରେ ଧାନ କିଣି ପଡ଼ୋଶୀ ରାଜ୍ୟକୁ ଚାଲାଣ କରିବା ପାଇଁ କେତେକ ଦଲାଲ ସକ୍ରିୟ ହୋଇଥିବା ଅଭିଯୋଗ ହେଉଛି। ସରକାରଙ୍କ ଧାନ କିଣା ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଏଭଳି ବେଆଇନ କାରବାର ଚାଷୀଙ୍କ ସ୍ୱାର୍ଥକୁ ପ୍ରଭାବିତ କରିବା ଆଶଙ୍କା ରହିଛି।
ଅନ୍ୟପକ୍ଷରେ ଧାନ ଚାଲାଣ ରୋକିବା ପାଇଁ ଯୋଗାଣ ବିଭାଗ ଓ ପ୍ରଶାସନ ପକ୍ଷରୁ ଏବେଠାରୁ କଡ଼ା ନଜର ରଖିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଦେଖିବାକୁ ରହିଲା ପ୍ରଶାସନର ନିଦ ଭାଙ୍ଗିବ କେବେ। ଧାନ ଦଲାଲଙ୍କ ଉପରେ ଲାଗିବ କି ଅଙ୍କୁଶ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ