ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମଜୟନ୍ତୀ ଅବସରରେ ଏବିଭିପି ପକ୍ଷରୁ ‘ମିଶନ ସାହସୀ’ କାର୍ଯ୍ୟକ୍ରମ ଆୟୋଜିତ
କେନ୍ଦୁଝର, 19 ନଭେମ୍ବର (ହି.ସ.) - ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମଜୟନ୍ତୀ ଅବସରରେ ମହିଳା ସଶକ୍ତିକରଣ ତଥା ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ଆତ୍ମରକ୍ଷାର ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଧରଣୀଧର ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ‘ମିଶନ
Rani laxmi puja


କେନ୍ଦୁଝର, 19 ନଭେମ୍ବର (ହି.ସ.) - ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମଜୟନ୍ତୀ ଅବସରରେ ମହିଳା ସଶକ୍ତିକରଣ ତଥା ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ଆତ୍ମରକ୍ଷାର ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଧରଣୀଧର ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ‘ମିଶନ ସାହସୀ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।କେନ୍ଦୁଝରସ୍ଥିତ ଟାଇକୋଣ୍ଡୋ ଏକାଡେମୀ ଓ ଏବିଭିପିର ମିଳିତ ଉଦ୍ୟମରେ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ନିମନ୍ତେ ଏକ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବା ସହିତ ଆପତ୍ତିଜନକ ପରିସ୍ଥିତିରେ କିପରି ନିଜକୁ ସୁରକ୍ଷିତ ରଖିବେ, ସେ ସମ୍ପର୍କରେ ଶିକ୍ଷା ଦିଆଯାଇଥିଲା।ନାରୀ କେବଳ ସମାଜର ଏକ ଅଂଶ ନୁହେଁ, ବରଂ ସମାଜ ଗଠନର ଏକ ମୁଖ୍ୟ ଶକ୍ତି। ତେଣୁ ପ୍ରତ୍ୟେକ ଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ଭାବେ ସଶକ୍ତ କରିବା ସହ ନିଜ ସୁରକ୍ଷା ପାଇଁ ସଚେତନ ଓ ଆତ୍ମନିର୍ଭରଶୀଳ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନଙ୍କ ମଧ୍ୟରେ ସାହସ, ଆତ୍ମବିଶ୍ୱାସ ଓ ଆତ୍ମରକ୍ଷାର ମନୋଭାବ ବିକଶିତ ହେବା ସହ ଏକ ସୁରକ୍ଷିତ ଓ ସଶକ୍ତ ସମାଜ ଗଠନରେ ସହାୟକ ହେବ ବୋଲି ଏବିଭିପି ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande