ବିନା ଚିନି, ଗୁଡରେ ଚୁଡା ବଣ୍ଟନ
ଗଞ୍ଜାମ,୧୯ ନଭେମ୍ବର (ହି.ସ.)- ବାତ୍ୟା ଓ ବନ୍ୟା ସମୟରେ ଲୋକେ ବିପନ୍ନ ଅବସ୍ଥାରେ ଥିବାବେଳେ ଚୁଡ଼ା, ଗୁଡ଼, ଚିନି ବିପନ୍ନ ମାନଙ୍କୁ ବଣ୍ଟନ ନକରି ଅର୍ଣ୍ଣଵର ୨୦ ଦିନ ପରେ ପିତଳ ପି.ଓ. ପରିଵାର ପିଛା ୨୫୦ ଗ୍ରାମ କେବଳ ଚୁଡା କିଛି ଲୋକଙ୍କୁ ବଣ୍ଟନ କରିଛନ୍ତି। ଚୁଡା ସ଼ହ ଚିନି କିମ୍ଵା ଗୁଡ ଦିଆଯାଇନି
ବିନା ଚିନି, ଗୁଡରେ ଚୁଡା ବଣ୍ଟନ


ଗଞ୍ଜାମ,୧୯ ନଭେମ୍ବର (ହି.ସ.)- ବାତ୍ୟା ଓ ବନ୍ୟା ସମୟରେ ଲୋକେ ବିପନ୍ନ ଅବସ୍ଥାରେ ଥିବାବେଳେ ଚୁଡ଼ା, ଗୁଡ଼, ଚିନି ବିପନ୍ନ ମାନଙ୍କୁ ବଣ୍ଟନ ନକରି ଅର୍ଣ୍ଣଵର ୨୦ ଦିନ ପରେ ପିତଳ ପି.ଓ. ପରିଵାର ପିଛା ୨୫୦ ଗ୍ରାମ କେବଳ ଚୁଡା କିଛି ଲୋକଙ୍କୁ ବଣ୍ଟନ କରିଛନ୍ତି। ଚୁଡା ସ଼ହ ଚିନି କିମ୍ଵା ଗୁଡ ଦିଆଯାଇନି । ଚିନି ଓ ଗୁଡ ପିତଳ ପଞ୍ଚାୟତ ପି.ଓ.ଙ୍କ କାର୍ଯ୍ୟାଳୟରେ ଜନ୍ଦା ପିମ୍ପୁଡ଼ି କୁଆଡେ ଖାଇ ଯାଇଛନ୍ତି। ଏହାକୁ କେନ୍ଦ୍ରକରି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଶେରଗଡ଼ ଵିଡିଓ ଓ ଗଞ୍ଜାମ ଜିଲ୍ଲାପାଳ ଘଟଣାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande