୪ ବର୍ଷ ଧରି ଅଟକିଛି ପଦୋନ୍ନତି , ୧୪୩ ପଦବୀ ଖାଲି , ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ
କେନ୍ଦୁଝର, 19 ନଭେମ୍ବର (ହି.ସ.) - ରାଜସ୍ୱ ବିଭାଗରେ ପଦୋନ୍ନତି ବିଳମ୍ବ ଓ କର୍ମଚାରୀ ଅଭାବକୁ ନେଇ ଉଦ୍ବେଗ ପ୍ରକାଶ କରିଛି ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ। ଦୀର୍ଘ ୪ ବର୍ଷ ଧରି ଡିପିସି ବୈଠକ ହୋଇନଥିବାରୁ ଏଆରଆଇରୁ ଆରଆଇ, ଅମିନରୁ ଆରଆଇ ଏବଂ ଆରଆଇରୁ ରାଜସ୍ୱ ପର୍ଯ୍ୟବେକ୍ଷକ ପଦୋନ୍ନ
Ri memorandum


କେନ୍ଦୁଝର, 19 ନଭେମ୍ବର (ହି.ସ.) - ରାଜସ୍ୱ ବିଭାଗରେ ପଦୋନ୍ନତି ବିଳମ୍ବ ଓ କର୍ମଚାରୀ ଅଭାବକୁ ନେଇ ଉଦ୍ବେଗ ପ୍ରକାଶ କରିଛି ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ। ଦୀର୍ଘ ୪ ବର୍ଷ ଧରି ଡିପିସି ବୈଠକ ହୋଇନଥିବାରୁ ଏଆରଆଇରୁ ଆରଆଇ, ଅମିନରୁ ଆରଆଇ ଏବଂ ଆରଆଇରୁ ରାଜସ୍ୱ ପର୍ଯ୍ୟବେକ୍ଷକ ପଦୋନ୍ନତି ପ୍ରକ୍ରିୟା ଅଟକି ରହିଛି। ତେଣୁ ଆଗାମୀ ୧୫ ଦିନ ମଧ୍ୟରେ ଡିପିସି ବୈଠକ ଡାକିବାକୁ ସଂଘ ଦାବି କରିଛି।ଅନ୍ୟପକ୍ଷରେ, କେନ୍ଦୁଝର ଜିଲ୍ଲାରେ ମୋଟ ୩୨୩ଟି ମଞ୍ଜୁରୀପ୍ରାପ୍ତ ରାଜସ୍ୱ କ୍ଷେତ୍ର ପଦବୀ ମଧ୍ୟରୁ ୧୪୩ଟି ଖାଲି ପଡ଼ିଛି। ତେଣୁ ପ୍ରତ୍ୟେକ ରାଜସ୍ୱ କାର୍ଯ୍ୟାଳୟରେ ଗ୍ରୁପ୍-ଡି ସହାୟକ କର୍ମଚାରୀ ନିୟୋଜନ ପାଇଁ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି।ଏହି ଦୁଇଟି ଦାବି ଉପରେ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ଜିଲ୍ଲାପାଳଙ୍କ ହସ୍ତକ୍ଷେପ କାମନା କରିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande