ସଦାଇପାଲି ରାସ୍ତାକାମ ଦୁର୍ନିତି ଦୋଷୀଙ୍କୁ ଗିରଫ କରିବା ଦାବିରେ ରାସ୍ତା ରୋକ ଦୁର୍ନିତିଖୋର ବଲାଙ୍ଗୀର ବ୍ଲକ କର୍ତୃପକ୍ଷଙ୍କୁ ଗିରଫ କର - କଂଗ୍ରେସ
ବଲାଙ୍ଗୀର, ୧୯ ନଭେମ୍ବର(ହି.ସ.) – ଆଜି ବଲାଙ୍ଗୀର ପଥରଚେପା ଠାରେ ବଲାଙ୍ଗୀର କଂଟାବାଞ୍ଜି ରାଜ୍ୟ ରାଜପଥରେ ସଦେଇପାଲି ପଂଚାୟତର ଜନସାଧାରଣ ଏବଂ ବଲାଙ୍ଗୀର କଂଗ୍ରେସ ଦଳ ସମର୍ଥନରେ ଏକ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା। ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବିଧାୟକ ଥିବା ବେଳେ ୧୪୧ରୁ ଉର୍ଦ୍ଧ୍ୱ ଗର
ସଦାଇପାଲି ରାସ୍ତାକାମ ଦୁର୍ନିତି ଦୋଷୀଙ୍କୁ ଗିରଫ କରିବା ଦାବିରେ ରାସ୍ତା ରୋକ ଦୁର୍ନିତିଖୋର ବଲାଙ୍ଗିର ବ୍ଲକ କତ୍ତୃପକ୍ଷ ଙ୍କୁ ଗିରଫ କର - କଂଗ୍ରେସ


ବଲାଙ୍ଗୀର, ୧୯ ନଭେମ୍ବର(ହି.ସ.) – ଆଜି ବଲାଙ୍ଗୀର ପଥରଚେପା ଠାରେ ବଲାଙ୍ଗୀର କଂଟାବାଞ୍ଜି ରାଜ୍ୟ ରାଜପଥରେ ସଦେଇପାଲି ପଂଚାୟତର ଜନସାଧାରଣ ଏବଂ ବଲାଙ୍ଗୀର କଂଗ୍ରେସ ଦଳ ସମର୍ଥନରେ ଏକ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା। ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବିଧାୟକ ଥିବା ବେଳେ ୧୪୧ରୁ ଉର୍ଦ୍ଧ୍ୱ ଗରିବ ଭୂମିହୀନଙ୍କୁ ନରସିଂହ ନଗର ସଦାଇପାଲି ଠାରେ ଘରଡିହ ଚିହ୍ନଟ କରି ଜମି ପ୍ରଦାନ କରାଇଥିଲେ। ଚିହ୍ନଟ ଜାଗାକୁ ରାସ୍ତା ନଥିବା ତତ୍କାଳୀନ ବିଧାୟକ ଶ୍ରୀ ମିଶ୍ର ନିଜ ବିଧାୟକ ପାଣ୍ଠିରୁ ୫ଲକ୍ଷ ଟଙ୍କାର ଅନୁଦାନ ରାଶି ରାସ୍ତା ନିର୍ମାଣ ପାଇଁ ପ୍ରଦାନ କରିଥିଲେ। ସେହି କାମ ପାଇଁ ଫକିର ଥାଟି ନାମକ ଜଣେ ବ୍ୟକ୍ତିଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ ସତ୍ୱେ ବ୍ଲକ କର୍ତୃପକ୍ଷ ଚଂଚକତା କରି ଉକ୍ତ ଅନୁଦାନ ରାଶିକୁ ବାଟମାରଣା କରିଛନ୍ତି। ଏହାକୁ ନେଇ ଯେତେ ଅଭିଯୋଗ କଲେ ହେଁ ସେସବୁ ଅଭିଯୋଗକୁ ଅଣଦେଖା କରିବାରୁ କାର୍ଯ୍ୟାଦେଶ ପାଇଥିବା ବ୍ୟକ୍ତି ପୋଲିସରେ ଗୋଷ୍ଠି ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ କିନ୍ତୁ ଦୁର୍ଭାଗ୍ୟ ଯେ ତା’ ସତ୍ୱେ ମଧ୍ୟ ପୋଲିସ କୌଣସି ଅନୁସନ୍ଧାନ ଆଜି ପର୍ଯ୍ୟନ୍ତ କରିନାହିଁ। ପୋଲିସ ଦ୍ୱାରା କ୍ଷେତ୍ର ପରିଦର୍ଶନ ତ ଦୂରର କଥା ଏପରି କି ଅଭିଯୋଗକାରୀଙ୍କ ପାଖକୁ ଯାଇ ମଧ୍ୟ ମାମଲା ଓ ଦୁର୍ନିତି ସମ୍ବନ୍ଧରେ ତଥ୍ୟ ସଂଗ୍ରହ ପାଇଁ ପୋଲିସ ଚେଷ୍ଟା ମଧ୍ୟ କରିନାହିଁ। ଓଲଟା ଦୁର୍ନିତିଗ୍ରସ୍ତ ବ୍ଲକ କର୍ତୃପକ୍ଷ ତଥା ସେଠାକାର ନିର୍ବାଚିତ ରାଜନେତାଙ୍କୁ ସୁହାଇଲା ଭଳି ସମୟ ଗଡ଼ି ଚାଲିଛି। ତେଣୁ ପୋଲିସ ଓ ପ୍ରଶାସନର ବାରମ୍ବାର ଅବହେଳା ଯୋଗୁଁ ଅଭିଯୋଗକାରୀ ଓ ନରସିଂହ ନଗର ଲୋକେ ଅତିଷ୍ଟ ହୋଇ ଆଜି ରାସ୍ତାରୋକ କରିବାକୁ ବାଧ୍ୟ ହୋଇଥିଲେ। ଦୀର୍ଘ ୧ ଘଂଟା କାଳ ରାସ୍ତା ଅବରୋଧ ହେବାରୁ ଅତିରିକ୍ତ ତହସିଲଦାର ଆନ୍ଦୋଳନ ସ୍ଥଳକୁ ଯାଇ ଅଭିଯୋଗକାରୀଙ୍କ ଦାବିଗୁଡ଼ିକୁ ଉପରିସ୍ତ ଅଧିକାରୀଙ୍କୁ ଜଣାଇ ତା’ର ସମାଧାନ ଦିଗରେ ପଦକ୍ଷେପ ନେବା ପ୍ରତିଶୃତି ଦେବା ପରେ ଆନ୍ଦୋଳନ ସ୍ଥଗିତ କରାଯାଇଥିଲା। ଏ ସମ୍ପର୍କରେ ତତ୍କାଳୀନ ବିଧାୟକ ନରସିଂହ ମିଶ୍ରଙ୍କୁ ଗଣମାଧ୍ୟମ ପଚାରିବାରୁ ସେ କହିଥିଲେ ବର୍ତମାନ ଯେହେତୁ ଏଫ୍ଆଇଆର୍ ରୁଜୁ ହୋଇସାରିଛି ଏବଂ ବର୍ତମାନର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଣେ ନିଷ୍ଠାବାନ ଏବଂ ଦକ୍ଷ ଅଫିସର ତେଣୁ ତାଙ୍କୁ ମୁଁ ପୁଣି ଅଭିଯୋଗ କର୍ତାଙ୍କ ତରଫରୁ ଅନୁରୋଧ କରୁଛି ଏହି ମାମଲାର ନିରପେକ୍ଷ ଅନୁସନ୍ଧାନ ସେ ନିଜେ କରନ୍ତୁ ଏବଂ ଘଟଣାକୁ ଯେହେତୁ ୨ବର୍ଷରୁ ଅଧିକ ହେଇଗଲାଣି ତେଣୁ ଅନୁସନ୍ଧାନରେ ଶୀଘ୍ରତା ଆଣି କମ୍ ସମୟ ମଧ୍ୟରେ ଦୋଷୀଙ୍କୁ ଦଣ୍ଡ ଏବଂ ଅଭିଯୋଗକାରୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ। ଆହୁରି ମଧ୍ୟ ଆନ୍ଦୋଳନକାରୀମାନେ ଆନ୍ଦୋଳନ ସ୍ଥଳକୁ ଆସିଥିବା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଯେଉଁଥିରେ ସରକାରୀ ଅର୍ଥ ବାଟମାରଣା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଦୁର୍ନିତି ତଦନ୍ତର ଅଗ୍ରଗତି ସମ୍ପର୍କରେ ଅଭିଯୋଗକାରୀଙ୍କ ଅବଗତ କରିବା, ଅନୁଦାନ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି କି ନାହିଁ ତାହା ଅଭିଯୋଗକାରୀଙ୍କୁ ଜଣାଇବା ଇତ୍ୟାଦି ଦାବି କରାଯାଇଛି। ଆଜିର ଏହି ଆନ୍ଦୋଳନରେ ସଦେଇପାଲି ପଂଚାୟତର ଫକୀର ମୋହନ ଥାଟି, ବାସୁଦେବ ମୁଗ୍ରୀ, ଶ୍ରୀଧର ବାରିକ, ସଂକିର୍ତନ ମେହେର, ଲକ୍ଷ୍ମୀ ନାଏକ, ବୁଲୁ ଦାନୀ, ମନୀଷ ମିଶ୍ର, ସାନନ୍ଦ ମିଶ୍ର, ହିମାଂଶୁ ନାଏକ, ଉପେନ ଦୀପ, ରାଜେଶ ହୋତା, ବିଦ୍ୟାଧର ସାହୁ, ସୁମନ ପଣ୍ଡା, ସୀତାରାମ କୁମ୍ଭାର, ଲୋପନ ମିଶ୍ର, କୈଳାସ ମିଶ୍ରଙ୍କ ସମେତ ସହସ୍ରାଧିକ ଜନସାଧାରଣ ଉପସ୍ଥିତ ଥିଲେ। ବଲାଙ୍ଗୀରରୁ ସମୀର କୁମାର ଦାସ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande