ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ ଏସ ବିଆଇ ପକ୍ଷରୁ ୪ ଲକ୍ଷ ଟଙ୍କାର ବୀମା ସହାୟତା
ମାଲକାନଗିରି , ୧୯ ନଭେମ୍ବର (ହି.ସ.) -ସଡ଼କ ଦୁର୍ଘଟଣାରେ ରିକ୍କି ମିସ୍ତ୍ରୀଙ୍କ ଅକାଳ ମୃତ୍ୟୁ ପରେ ଶୋକସନ୍ତପ୍ତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ମାଲକାନଗିରି ମୁଖ୍ୟ ଶାଖା। ଆଜି ମୃତକଙ୍କ ପିତା ନିର୍ମଳ ମିସ୍ତ୍ରୀ ଓ ମାତା ସୁସମା ମିସ୍ତ୍ରୀଙ୍କୁ ମୋଟ ୪ ଲକ୍
ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ ଏସ ବିଆଇ ପକ୍ଷରୁ ୪ ଲକ୍ଷ ଟଙ୍କାର ବୀମା ସହାୟତା


ମାଲକାନଗିରି , ୧୯ ନଭେମ୍ବର (ହି.ସ.) -ସଡ଼କ ଦୁର୍ଘଟଣାରେ ରିକ୍କି ମିସ୍ତ୍ରୀଙ୍କ ଅକାଳ ମୃତ୍ୟୁ ପରେ ଶୋକସନ୍ତପ୍ତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ମାଲକାନଗିରି ମୁଖ୍ୟ ଶାଖା। ଆଜି ମୃତକଙ୍କ ପିତା ନିର୍ମଳ ମିସ୍ତ୍ରୀ ଓ ମାତା ସୁସମା ମିସ୍ତ୍ରୀଙ୍କୁ ମୋଟ ୪ ଲକ୍ଷ ଟଙ୍କାର ବୀମା ଦାବି ରାଶିର ଚେକ୍ ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ ୨ ଲକ୍ଷ ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଆଉ ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଏହି ମୋଟ ୪ ଲକ୍ଷ ଟଙ୍କାର ବୀମା ସହାୟତା ଦୁଃଖଦ ପରିସ୍ଥିତିରେ ପରିବାରକୁ ଆର୍ଥିକ ସହାୟତା ଓ ସମ୍ବଳ ଯୋଗାଇବାରେ ସହାୟକ ହେବ।ଚେକ୍ ପ୍ରଦାନ ସମୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ମାଲକାନଗିରି ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ବିନୋଦ କୁମାର ବିଶୋଇ, ଉପଶାଖା ପ୍ରବନ୍ଧକ ଅଜିତ କୁମାର ଆଚାର୍ଯ୍ୟ, ଆର୍ଏମ୍ଏସ୍ଏମ୍ଇ ବୈଷ୍ଣବ ହାଁସଦା, ଫିଲ୍ଡ ଅଫିସର ରତିକାନ୍ତ ଦାସ, ଶ୍ସୌମ୍ୟରଞ୍ଜନ ବେହେରା, ନରସିଂହ ସାହୁ, ମାଲକାନଗିରି ସିଡିଏମଓ କାର୍ଯ୍ୟାଳୟର ଲକ୍ଷ୍ମୀଧର ଦାଶ ଓ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ଥିଲେ।

ଏହି ଅବସରରେ ସାମାଜିକ ସୁରକ୍ଷା ଓ ସରକାରୀ ବୀମା ଯୋଜନାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଅପ୍ରତ୍ୟାଶିତ ଦୁର୍ଘଟଣା ଓ ଦୁଃଖଦ ଘଟଣା ସମୟରେ ଏହି ଯୋଜନାଗୁଡ଼ିକ ପରିବାରକୁ ଆର୍ଥିକ ସୁରକ୍ଷା ଓ ସହାୟତା ପ୍ରଦାନ କରିଥାଏ। ଯୋଗ୍ୟ ଗ୍ରାହକମାନେ ଏପରି ସାମାଜିକ ସୁରକ୍ଷା ବୀମା ଯୋଜନାରେ ସାମିଲ ହୋଇ ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏସବିଆଇ ପକ୍ଷରୁ ଉତ୍ସାହିତ କରାଯାଇଛି।ଏହି ପଦକ୍ଷେପ ଆର୍ଥିକ ସମାବେଶ, ସାମାଜିକ ସୁରକ୍ଷା ଓ ଜନସାଧାରଣଙ୍କ ପ୍ରତି ବ୍ୟାଙ୍କର ଦାୟିତ୍ୱବୋଧକୁ ପ୍ରତିଫଳିତ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande