ବୈଜ୍ଞାନିକ ପ୍ରଦର୍ଶନୀ ନେଇ ପ୍ରସ୍ତୁତି ବୈଠକ
ଜୟପୁର, ୧୯ ନଭେମ୍ବର (ହି.ସ.)-ସରକାରୀ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ -୨୦୨୬ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୟପୁର ଗୋଷ୍ଠି ଶିକ୍ଷାଧିକାରୀ ଚନ୍ଦନ କୁମାର ନାୟକଙ୍କ ସଭାପତିତ୍ୱରେ ଏହି ବୈଠକରେ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ
ବୈଜ୍ଞାନିକ ପଦର୍ଶନୀ ନେଇ ପ୍ରସ୍ତୁତି ବୈଠକ


ଜୟପୁର, ୧୯ ନଭେମ୍ବର (ହି.ସ.)-ସରକାରୀ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ -୨୦୨୬ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୟପୁର ଗୋଷ୍ଠି ଶିକ୍ଷାଧିକାରୀ ଚନ୍ଦନ କୁମାର ନାୟକଙ୍କ ସଭାପତିତ୍ୱରେ ଏହି ବୈଠକରେ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ପାଣିଗ୍ରାହୀ, ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ ପାଢ଼ୀ,ଏ ବିଇ ଓ ସୋମନାଥ ଗାଦବା ପ୍ରମୁଖ ମଂଚାସୀନ ଥିଲେ। ଆସନ୍ତା ୩୦ ତାରିଖରେ ଏହି ବିଜ୍ଞାନ ମେଳା ଅନୁଷ୍ଠିତ ହେବ ବୋଲି ସଭାପତି ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିଲା । ସ୍ଥାୟୀ ଓ ବିକଶିତ ଭାରତ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ବିଷୟକୁ ଆଧାର କରି ସମୁଦାୟ ୭ଟି ଉପ ବିଷୟବସ୍ତୁକୁ ନେଇ ପ୍ରତି ବିଦ୍ୟାଳୟ ୨ ରୁ ୫ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ କରିପାରିବେ ବୋଲି ଏହି ସଭାରେ ଧାର୍ଯ୍ୟ କରାଯାଇଛି। ଜୟପୁର ବ୍ଲକର ସମସ୍ତ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏଥିରେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande