ଶିଶୁପୁତ୍ରର ମୃତଦେହ କୂଅରୁ ଉଦ୍ଧାର, ହତ୍ଯା ଅଭିଯୋଗ ପରେ ଜଣେ ଅଟକ

ସମ୍ବଲପୁର, ୧୯, ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଯୁଯୁମରା ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଆଜି ସକାଳେ ଏକ ୧୦ ମାସର ଶିଶୁପୁତ୍ରର ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତ ଶିଶୁଟି ଗ୍ରାମର ରଶ୍ମିତା ବାଗଙ୍କ ପୁଅ ଗୌତମ ପ୍ରଧାନ ବୋଲି ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଗତକାଲି ରାତିରୁ ଶିଶୁଟି ହଠାତ୍ ଘରୁ ନିଖୋଜ ହୋଇ ଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତା'ର କୌଣସି ସନ୍ଧାନ ପାଇନଥିଲେ। ତେବେ ଆଜି ସକାଳେ ଘର ପଛପଟେ ଥିବା ଏକ କୂଅରେ ଶିଶୁଟିର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀ ମାଧ୍ୟମରେ ମୃତଦେହକୁ ଉଦ୍ଧାର କରିଥିଲା।

ଅନ୍ୟପକ୍ଷରେ, ନିଜ ପୁଅକୁ କେହି ଜାଣିଶୁଣି ପୋଖରୀକୁ ଫିଙ୍ଗି ହତ୍ୟା କରିଥିବା ନେଇ ରଶ୍ମିତା ବାଗ ଯୁଯୁମରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଗ୍ରାମର ଜନୈକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ କରୁଛି ବୋଲି ଥାନା ଅଧିକାରିଣୀ ଅନିମା ଏକ୍କା ସୂଚନା ଦେଇଛନ୍ତି।

ପୋଲିସ ତଦନ୍ତ ପରେ ଶିଶୁର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande