ଚେନ୍ନାଇରେ ଗାଡ଼ିରୁ ୧୪୦ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ, ଦୁଇ ଗିରଫ
ଚେନ୍ନାଇ, ୧୯ ନଭେମ୍ବର (ହି.ସ.)- ସହରର ମାଧବରମ୍ ନିକଟରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଅଧିକାରୀମାନଙ୍କ ଦ୍ୱାରା ହୋଇଥିବା ଆକସ୍ମିକ ଗାଡ଼ି ଯାଂଚ ସମୟରେ ୧୪୦ କୋଟି ଟଙ୍କା ମୂଲ୍ୟର ୭୦ କିଲୋଗ୍ରାମ ହେରୋଇନ୍ ଜବତ କରାଯାଇଛି। ଚେନ୍ନାଇ ଏବଂ ଏହାର ଆଖପାଖ ଅଂଚଳରେ ନିଶାଦ୍ରବ୍ୟ ଚୋରା ଚାଲାଣ
चेन्नई में वाहन जांच के दौरान पकड़ी गई नशे की बड़ी खेप


ଚେନ୍ନାଇ, ୧୯ ନଭେମ୍ବର (ହି.ସ.)- ସହରର ମାଧବରମ୍ ନିକଟରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଅଧିକାରୀମାନଙ୍କ ଦ୍ୱାରା ହୋଇଥିବା ଆକସ୍ମିକ ଗାଡ଼ି ଯାଂଚ ସମୟରେ ୧୪୦ କୋଟି ଟଙ୍କା ମୂଲ୍ୟର ୭୦ କିଲୋଗ୍ରାମ ହେରୋଇନ୍ ଜବତ କରାଯାଇଛି। ଚେନ୍ନାଇ ଏବଂ ଏହାର ଆଖପାଖ ଅଂଚଳରେ ନିଶାଦ୍ରବ୍ୟ ଚୋରା ଚାଲାଣ ଓ ଏହାର ବ୍ୟବହାର ରୋକିବା ପାଇଁ ବିଭିନ୍ନ ଆଇନ ପ୍ରବର୍ତନକାରୀ ସଂସ୍ଥା ପକ୍ଷରୁ କଡ଼ା ନଜର ରଖାଯାଉଛି।

ଗୁପ୍ତ ସୂଚନା ଆଧାରରେ ଅଧିକାରୀମାନେ ଏହି କାର୍ଯ୍ୟାନୁଷ୍ଠାନ କରି ଚୋରା ଚାଲାଣରେ ବ୍ୟବହୃତ ଗାଡ଼ିକୁ ଅଟକାଇ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଥିଲେ। ଅଧିକାରୀଙ୍କ ସୂଚନା ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୧୪୮ କୋଟି ଟଙ୍କାରୁ ଅଧିକ ହୋଇପାରେ। ଏହି ଗାଡ଼ିରେ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଅଡ଼ୟାରସ୍ଥିତ କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଅଧିକାରୀମାନେ ନିରନ୍ତର ପଚରାଉଚରା କରୁଛନ୍ତି। ଏତେ ପରିମାଣର ହେରୋଇନ୍ କେଉଁଠାରୁ ଅଣାଯାଇଥିଲା, ଏହାକୁ କେଉଁଠାକୁ ନେବାକୁ ଯୋଜନା ଥିଲା ଏବଂ ଏହି ଚୋରା ଚାଲାଣ ରାକେଟ୍ ପଛରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେ ସମ୍ପର୍କରେ ତଦନ୍ତ କରାଯାଉଛି।

ଚୋରା ଚାଲାଣ ନେଟୱର୍କର ମୂଳ ପର୍ଯ୍ୟନ୍ତ ପହଂଚିବା ପାଇଁ ସମସ୍ତ ଦିଗରୁ ଗଭୀର ତଦନ୍ତ ଚାଲିଛି। ଗିରଫ ଅଭିଯୁକ୍ତଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଏହି ନେଟୱର୍କରେ ସାମିଲ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ସହ ଜଡ଼ିତ ଠିକଣାଗୁଡ଼ିକରେ ଚଢ଼ାଉ କରିବା ପାଇଁ ଅଧିକାରୀମାନେ ନିରନ୍ତର ପଦକ୍ଷେପ ନେଉଛନ୍ତି।

--------------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande