ଅନନ୍ୟ ଅକ୍ଷୟ ଲଘୁ ସଙ୍ଗୀତ ମହୋତ୍ସବ ଉଦଯାପିତ
ଅକ୍ଷୟଙ୍କ କାଳଜୟୀ ସଙ୍ଗୀତର ପ୍ରଭାବରେ ସମସ୍ତେ ମନ୍ତ୍ରମୁଗ୍ଧ କେନ୍ଦ୍ରାପଡ଼ା, ୧୯ ନଭେମ୍ବର(ହି.ସ.) – ଓଡ଼ିଆ ସଙ୍ଗୀତ ଜଗତର ୍େୱତାଜ୍ ବାଦଶାହା, ପ୍ରବାଦ ପୁରୁଷ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ୨୪ ତମ ଶ୍ରାଦ୍ଧୋତ୍ସବ ତାଙ୍କର ଅତି ପ୍ରିୟ ସାଂସ୍କୃତିକ ଅନୁଷ୍ଠାନ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ୍ୱାରୁଅ
ଅନନ୍ୟ ଅକ୍ଷୟ ଲଘୁ ସଙ୍ଗୀତ ମହୋତ୍ସବ ଉଦଯାପିତ


ଅକ୍ଷୟଙ୍କ କାଳଜୟୀ ସଙ୍ଗୀତର ପ୍ରଭାବରେ ସମସ୍ତେ ମନ୍ତ୍ରମୁଗ୍ଧ

କେନ୍ଦ୍ରାପଡ଼ା, ୧୯ ନଭେମ୍ବର(ହି.ସ.) – ଓଡ଼ିଆ ସଙ୍ଗୀତ ଜଗତର ୍େୱତାଜ୍ ବାଦଶାହା, ପ୍ରବାଦ ପୁରୁଷ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ୨୪ ତମ ଶ୍ରାଦ୍ଧୋତ୍ସବ ତାଙ୍କର ଅତି ପ୍ରିୟ ସାଂସ୍କୃତିକ ଅନୁଷ୍ଠାନ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ୍ୱାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଓ ରେଡିଓ ଭାବଗ୍ରାହୀର ମିଳିତ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଷୟଙ୍କ ପୁଣ୍ୟ ଶ୍ରାଦ୍ଧବାର୍ଷିକୀକୁ ଅଧିକ ସ୍ମରଣୀୟ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଅନନ୍ୟ ଅକ୍ଷୟ ଲଘୁ ସଙ୍ଗୀତ ମହୋତ୍ସବ କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ଅଧ୍ୟକ୍ଷତା ଏବଂ ସୁପରିଚାଳନାରେ ପରିବେଷିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସମବାୟବିିତ୍ ସୁଶୀଲ ସାମଲ, ମୁଖ୍ୟବକ୍ତା ଭାବେ ପଟ୍ଟାମୁଣ୍ଡାଇ ଜୀବନ ବୀମା ନିଗମର ବ୍ରାଂଚ୍ ମ୍ୟାନେଜର କବି ଅରୁଣ କୁମାର ବିଶ୍ୱାଳ ବିଶିଷ୍ଟ ଅତିଥି ଭାବେ କବି ଡ. ମନୋରଞ୍ଜନ ଦାଶ ଏବଂ ସମ୍ମାନିତ ଅତିଥି ଭାବେ କବି ଅମର ପ୍ରସାଦ ରାଉତ, ପ୍ରଫେସର ପ୍ରଶାନ୍ତ ସାମଲ, ଗାୟକ ଅଜୟ ମହାନ୍ତି, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଜୟ ସ୍ୱାଇଁ, ସମାଜସେବୀ ସଚ୍ଚିଦାନନ୍ଦ ବେହେରା, ପ୍ରଫେସର ପ୍ରକାଶ ଦାସ, କବି ଅଶୋକ ସାହୁ ପ୍ରମୁଖ ଯୋଗ ଦେଇ ଅକ୍ଷୟଙ୍କୁ ଏକାଧାରରେ ଜଣେ ସଫଳ ଗୀତିକାର, ଗାୟକ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା, ଗାଳ୍ପିକ, କବି, ଔପନ୍ୟାସିକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବରେ ବର୍ଣ୍ଣନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମ୍ଳାନ ସ୍ମୃତିଚାରଣ କରିଥିଲେ। ଅକ୍ଷୟଙ୍କ ପଟ୍ଟଶିଷ୍ୟ ଗୀତିକାର ତଥା ଗାୟକ ବିମଳ ପ୍ରସାଦ ପରିଡ଼ା ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କେଣେ ଘେନି ଯାଉଛ, ସମର୍ପି ଦେଲି, ପୁଣ୍ୟର ନଦୀ ତୀରେ,ଏଇ ଯେ ବନ ଲତା ପାହାଡ଼ ଏବଂ ହାରି ଯାଇଥିବା ଲୋକର କି ଅଛି ଇତ୍ୟାଦି କାଳଜୟୀ ସଙ୍ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ଏବଂ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଦୁଇଦିନ ଧରି ଅନୁଷ୍ଠିତ ଏହି ଭବ୍ୟ କାର୍ୟ୍ୟକ୍ରମରେ ପ୍ରଥମ ଦିନ କଳା ନିକେତନ ପରିସରରେ ଥିବା ଅକ୍ଷୟ ମହାନ୍ତି, ଭିକାରୀ ବଳ, ଲୋକକବି ଭାବଗ୍ରାହୀ ପରିଡ଼ା ଏବଂ କବି ପତ୍ନୀ ସରୋଜିନୀ ପରିଡ଼ାଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ ଏବଂ ଅଖଣ୍ଡ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଅକ୍ଷୟ ମହାନ୍ତି କକ୍ଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଅମ୍ଳାନ ଅକ୍ଷୟ ସଙ୍ଗୀତ ଗାଇଥିଲେ ଏବଂ ନୃତ୍ୟ ପରିବେଷଣ କରିଥିଲେ। ଦ୍ୱିତୀୟ ଦିନ ଅପରାହ୍ନରେ ଅନନ୍ୟ ଅକ୍ଷୟ ଲଘୁ ସଙ୍ଗୀତ ମହୋତ୍ସବ ଉଦଯାପିତ ହୋଇଥିଲା। ଏଥିରେ ବିମଳ ପରିଡ଼ା, ଉପେନ୍ଦ୍ର ପାଢ଼ୀ,ହେନାଞ୍ଜଳି ଜେନା, ରଞ୍ଜନ ବରାଳ, ବଳରାମ ମଲିକ, ଅଜୟ ଜେନା, ସ୍ମୃତି ରଞ୍ଜନ ବିଶ୍ୱାଳ ପ୍ରମୁଖ ଅକ୍ଷୟଙ୍କ କାଳଜୟୀ ସଙ୍ଗୀତ ପରିବେଷଣ କରିଥିଲେ। ନନ୍ଦିନୀ ଜେନା ଏବଂ ପାୟଲ ଦାସ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାଇଥିଲେ। ଅଙ୍କିତା ପରିଡ଼ା, ଅର୍ପିତା ସାହୁ, ଅଙ୍କିତା ସାହୁ, ଅଭିଲିପ୍ସା ସାହୁ ପ୍ରମୁଖ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତରେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରସ୍ୱତୀ ସ୍ୱାଇଁ, ନାଟ୍ୟକାର ଭୀମସେନ ପ୍ରଧାନ, ଶିବରାଜ ରାଉତ୍, ରାଜକିଶୋର ପଣ୍ଡା, ଚୈତନ୍ୟ ରାଉତ୍, ରଞ୍ଜନ ପରିଡ଼ା, ସ୍ୱର୍ଣ୍ଣଲତା ପରିଡ଼ା, ଲାବଣ୍ୟବତୀ ପରିଡ଼ା, ଜାନକୀ ସୂତାର, ଉର୍ମିଳା ସୂତାର, ସୁପ୍ରଭା ସ୍ୱାଇଁ, ନିର୍ମଳା ପରିଡ଼ା, ବିକ୍ରମ ପରିଡ଼ା, ଗାୟକ ମାଗୁଣି ଚରଣ ସାହୁ, ନିତିନ୍ ମହାନ୍ତି, ରଶ୍ମିରଞ୍ଜନ ଖୁଂଟିଆ, ସୁଜାତା ନାୟକ, ସଞ୍ଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ଅକ୍ଷୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଭାବଗ୍ରାହୀ କଳା ନିକେତନ ଏବଂ ମହ୍ଲାର ଅର୍କେଷ୍ଟ୍ରାର କଳାକାରମାନେ ସାଂସ୍କୃତିକ କାର୍ୟ୍ୟକ୍ରମ ସଫଳତାର ସହିତ ପରିବେଷଣ କରିଥିଲେ ଏବଂ ଶେଷରେ ପ୍ର୍ୱଚକ ୍ୱିକ୍ରମ କେଶରୀ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande