ମାଲକାନଗିରି ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗର ସ୍ବାଗତ ସମ୍ବର୍ଦ୍ଧନା ଏବଂ କାଳଚକ୍ର ବିଷୟରେ ଆଲୋଚନାଚକ୍ର
ମାଲକାନଗିରି, ୧୯ ନଭେମ୍ବର (ହି.ସ.)- ମାଲକାନଗିରି ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ବିଭାଗ ତରଫରୁ ଆଜି ସ୍ବାଗତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କାଳଚକ୍ର ବିଷୟ ଉପରେ ଏକ ଆଲୋଚନାଚକ୍ର ମଧ୍ୟ ଆୟୋଜନ କରାଯାଇଥିଲା l ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଚିତ୍ତରଞ୍
ବାଣିଜ୍ୟ ବିଭାଗର ସ୍ବାଗତ ସମ୍ବର୍ଦ୍ଧନା ଏବଂ କାଳଚକ୍ର ବିଷୟରେ ଆଲୋଚନା ଚକ୍ର


ମାଲକାନଗିରି, ୧୯ ନଭେମ୍ବର (ହି.ସ.)- ମାଲକାନଗିରି ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ବିଭାଗ ତରଫରୁ ଆଜି ସ୍ବାଗତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କାଳଚକ୍ର ବିଷୟ ଉପରେ ଏକ ଆଲୋଚନାଚକ୍ର ମଧ୍ୟ ଆୟୋଜନ କରାଯାଇଥିଲା l ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଚିତ୍ତରଞ୍ଜନ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନୂତନ ଭାବରେ ଯୋଗଦାନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରିଥିଲେ l ବିଭାଗୀୟ ମୁଖ୍ୟ ଡଃ. ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ଗୁପ୍ତେଶ୍ୱର ରାଓ, ସ୍ନିଗ୍ଧା ସର୍ଦ୍ଦାର, ରବୀନ୍ଦ୍ର ମାଢି, ପ୍ରସନଜିତ୍ ମିସ୍ତ୍ରୀ, ପ୍ରମୀୟ କୁମାର ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ l କାଳଚକ୍ର ବିଷୟରେ ଅତିଥି ମାନେ ଆଲୋଚନା କରିବା ସହିତ ଜୀବନରେ ତିନୋଟି ଜିନିଷ ଦେଇ ଗତି କରୁଛନ୍ତି, ଯଥା :- ସୀୟର ଚକ୍ର, ଜନ୍ମ ଏବଂ ବର୍ଦ୍ଧିତ ଅବସ୍ଥା ଏବଂ ଶେଷ ଅବସ୍ଥା l ତେଣୁ ସମସ୍ତେ ସକାରାତ୍ମକ ଚିନ୍ତାଧାରା ରଖି ମଣିଷ କଲ୍ୟାଣରେ ସାମିଲ ହେବା ପାଇଁ ଆଲୋଚନାଚକ୍ରର ସାରାଂଶ l

ଏହି କାର୍ଯ୍ୟକ୍ରମରେ +୩ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ଆଲୋଚନାଚକ୍ରରେ ଭାଗ ନେଇଥିଲେ l ସ୍ୱାଗତ କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ହୋଇଥିଲା l ନବାଗତ ମାନଙ୍କୁ କଲମ ଉପହାର ଦେଇ ସ୍ବାଗତ କରିବା ସହିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା l ସଭା ଶେଷରେ କମ୍ପୁଟର ଇନଷ୍ଟ୍ରକ୍ଟର ସ୍ନିଗ୍ଧା ସର୍ଦ୍ଦାର ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରାୟତଃ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande