କଟକ ଐତିହାସିକ ବାଲିଯାତ୍ରା ସଚେତନତା ରଥକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ
ଖୋର୍ଦ୍ଧା, ୧୯ ନଭେମ୍ବର (ହି.ସ.) - ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଐତିହାସିକ କଟକ ବାଲିଯାତ୍ରା ସଚେତନତା ରଥକୁ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ଗୁରୁବାର ସ୍ୱାଗତ ଜଣାଇବା ସହ ଖୋର୍ଦ୍ଧା ଜିଲ୍ଲାର ପାରମ୍ପାରିକ କଳା, ସାହ
Baliyatra


ଖୋର୍ଦ୍ଧା, ୧୯ ନଭେମ୍ବର (ହି.ସ.) - ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଐତିହାସିକ କଟକ ବାଲିଯାତ୍ରା ସଚେତନତା ରଥକୁ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ଗୁରୁବାର ସ୍ୱାଗତ ଜଣାଇବା ସହ ଖୋର୍ଦ୍ଧା ଜିଲ୍ଲାର ପାରମ୍ପାରିକ କଳା, ସାହିତ୍ୟ ଓ ସଂସ୍କୃତି କଟକ ଐତିହାସିକ ବାଲିଯାତ୍ରାରେ ଯୋଗଦେବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ଆସନ୍ତା ୨୪ ନଭେମ୍ବରରୁ ୧୦ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଥିବା ଐତିହାସିକ କଟକ ବାଲିଯାତ୍ରାର ପ୍ରଚାର ପ୍ରସାର ନିମନ୍ତେ ବାହାରିଥିବା ରଥ ଖୋର୍ଦ୍ଧାରୁ ନୟାଗଡ଼ ଜିଲ୍ଲା ଆଭିମୁଖ୍ୟ ଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଡ଼ଃ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande