
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ଏକନାଥ ରାନାଡେଜୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି
ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ, ସ୍ୱାମୀ
ବିବେକାନନ୍ଦ ଶିଳା ସ୍ମାରକର ପ୍ରତିଷ୍ଠାତା ତଥା କନ୍ୟାକୁମାରୀସ୍ଥିତ ବିବେକାନନ୍ଦ କେନ୍ଦ୍ରର
ସଂସ୍ଥାପକ, ପରମ ଶ୍ରଦ୍ଧେୟ
ଏକନାଥ ରାନାଡେଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
ଜଣେ ଅନନ୍ୟ ସଂଗଠକ, ଉତ୍କୃଷ୍ଟ ଲେଖକ ଓ ଦୂରଦର୍ଶୀ ଚିନ୍ତକ ଭାବେ ରାଷ୍ଟ୍ର ନିର୍ମାଣ
ଦିଗରେ ତାଙ୍କର ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା