ସ୍ଥାୟୀ ଉପକୂଳୀୟ ଜଳକୃଷି ଓ ନିୟାମକ ବ୍ୟବସ୍ଥା ଉପରେ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର, ୧୯ ନଭେମ୍ବର (ହି.ସ)- ଉପକୂଳୀୟ ଜଳକୃଷିର ସ୍ଥାୟୀ ବିକାଶ ଏବଂ ନିୟାମକ ବ୍ୟବସ୍ଥା ସମ୍ପର୍କରେ ମତ୍ସ୍ୟ ଅଧିକାରୀ ଓ ଚାଷୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକଦିବସୀୟ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍
fh


ଭୁବନେଶ୍ୱର, ୧୯ ନଭେମ୍ବର (ହି.ସ)- ଉପକୂଳୀୟ ଜଳକୃଷିର ସ୍ଥାୟୀ ବିକାଶ ଏବଂ ନିୟାମକ ବ୍ୟବସ୍ଥା ସମ୍ପର୍କରେ ମତ୍ସ୍ୟ ଅଧିକାରୀ ଓ ଚାଷୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକଦିବସୀୟ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ଏବଂ ଭାରତ ସରକାରଙ୍କ ଉପକୂଳୀୟ ଜଳକୃଷି ପ୍ରାଧିକରଣ (ସିଏଏ)ର ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା ।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ପ୍ରେମଚନ୍ଦ୍ର ଚୌଧରୀ ଯୋଗଦେଇ ଚିଙ୍ଗୁଡ଼ି ଚାଷର ନିୟାମକ ବ୍ୟବସ୍ଥା ସହ ଓଡ଼ିଶା ଚିଙ୍ଗୁଡ଼ି ମିଶନ ଏବଂ ଗଭୀର ସମୁଦ୍ରରେ ମାଛଧରା ମିଶନର ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ ।

ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସିଏଏର ନିର୍ଦ୍ଦେଶକ (ବୈଷୟିକ) ଡ. ଏମ୍. କାର୍ତିକେୟନ୍ ଏବଂ ସୁବ୍ରତ କୁମାର ଦାଶ ଉପକୂଳୀୟ ଜଳକୃଷି ଓ ଚିଙ୍ଗୁଡ଼ି ଚାଷର ନୂତନ ବୈଷୟିକ ପଦ୍ଧତି ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଥିଲେ । ସିଏଏ ସଂଶୋଧନ ଆଇନ-୨୦୨୩ ଏବଂ ସିଏଏ ନିୟମାବଳୀ-୨୦୨୪ ସମ୍ପର୍କରେ ଡ. କାର୍ତିକେୟନ୍ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏଥିରେ ଲୁଣିପାଣି ଜଳକୃଷି ଫାର୍ମ ଓ ହ୍ୟାଚେରୀର ପଞ୍ଜୀକରଣ, ନବୀକରଣ, ଅନଲାଇନ୍ ଆବେଦନ ପ୍ରକ୍ରିୟା, ଜଳକୃଷି ଉପକରଣର ପ୍ରମାଣୀକରଣ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା ।

ଏମପେଡାର ଭୁବନେଶ୍ୱର ଉପନିର୍ଦ୍ଦେଶକ ଅର୍ଚ୍ଚିମାନ ଲାହିରୀ ଫାର୍ମ ପଞ୍ଜୀକରଣ, ଉତ୍ପାଦର ଉତ୍ସ ଏବଂ ଜଳକୃଷିରେ ନିଷିଦ୍ଧ ଆଂଟିବାୟୋଟିକ୍ ର ବ୍ୟବହାର ରୋକିବା ପାଇଁ ଟାସ୍କ ଫୋର୍ସ ଟିମ୍ ର କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିଥିଲେ । ଓରସାକ୍ ପକ୍ଷରୁ କୋଷ୍ଟ ଆପ୍ଲିକେସନ୍ ଏବଂ ଏପିଆଇ ଇଂଟିଗ୍ରେସନ୍ ପ୍ରଦର୍ଶନ କରାଯାଇଥିବା ବେଳେ ଇଆଇଏ ଭୁବନେଶ୍ୱର ଉପନିର୍ଦ୍ଦେଶିକା କବିତା ମିଶ୍ର ଉପକୂଳୀୟ ଜଳକୃଷି ଫାର୍ମଗୁଡ଼ିକର ପ୍ରାଥମିକ ଉତ୍ପାଦନ ଅଡିଟ୍ ସମ୍ପର୍କରେ ତଥ୍ୟ ରଖିଥିଲେ । ଏନଏସଡବ୍ଲୁଏସ୍ ଏବଂ ସିଏଏ ଟିମ୍ ପକ୍ଷରୁ ଅନଲାଇନ୍ ପଞ୍ଜୀକରଣ ପୋର୍ଟାଲ୍ ପ୍ରଦର୍ଶନ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande