ବାତ୍ୟା ଅକଭାନ ମୁକାବିଲା ପାଇଁ ୭ ଜିଲ୍ଲାରେ ବିଜେଡିର ବରିଷ୍ଠ ନେତା ନିଯୁକ୍ତ
ଭୁବନେଶ୍ୱର, ୧୯ ନଭେମ୍ବର (ହି.ସ) - ସମ୍ଭାବ୍ୟ ବାତ୍ୟା ‘ଅକବାନ୍’ ର ମୁକାବିଲା ତଥା ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଜେଡି ସଭାପତି ନବୀନ ପଟ୍ଟନାୟକ ୭ଟି ସମ୍ବେଦନଶୀଳ ଜିଲ୍ଲା ପାଇଁ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ଦାୟିତ୍ୱ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ପାଇଁ ପ୍ରତାପ ଜେନା, ଗଜପତି ପାଇଁ
sdfg


ଭୁବନେଶ୍ୱର, ୧୯ ନଭେମ୍ବର (ହି.ସ) - ସମ୍ଭାବ୍ୟ ବାତ୍ୟା ‘ଅକବାନ୍’ ର ମୁକାବିଲା ତଥା ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଜେଡି ସଭାପତି ନବୀନ ପଟ୍ଟନାୟକ ୭ଟି ସମ୍ବେଦନଶୀଳ ଜିଲ୍ଲା ପାଇଁ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ଦାୟିତ୍ୱ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ପାଇଁ ପ୍ରତାପ ଜେନା, ଗଜପତି ପାଇଁ ନିରଞ୍ଜନ ପୂଜାରୀ, ପୁରୀ ପାଇଁ ଦେବୀ ପ୍ରସାଦ ମିଶ୍ର, କନ୍ଧମାଳ ପାଇଁ ପଦ୍ମନାଭ ବେହେରା, କେନ୍ଦ୍ରାପଡ଼ା ପାଇଁ ପ୍ରଦୀପ ଅମାତ, ଜଗତସିଂହପୁର ପାଇଁ ଅରୁଣ କୁମାର ସାହୁ ଏବଂ ବାଲେଶ୍ୱର ଜିଲ୍ଲା ପାଇଁ ସୁଦାମ ମାରାଣ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି।

ସମସ୍ତ ବରିଷ୍ଠ ନେତୃବୃନ୍ଦ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଦଳୀୟ ନେତା ଓ କର୍ମୀଙ୍କ ସହ ସମନ୍ୱୟ ରକ୍ଷା କରି ଆଗୁଆ ପ୍ରସ୍ତୁତି, ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande