ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ କମିଟିର ବୋଇତ ବନ୍ଦାଣ ଉତ୍ସବ ପ୍ରାକ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୯ ନଭେମ୍ବର (ହି.ସ.) - ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ କମିଟି ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବକୁ ସରସ ସୁନ୍ଦର ଏବଂ ଆଡମ୍ଭର ସହକାରେ ପାଳନ କରିବାକୁ ମନସ୍ଥ କରିଥିବା ବେଳେ ଏଥି ପାଇଁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଧାମରା ବିଜେପି ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍
ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ କମିଟିର ବୋଇତ ବନ୍ଦାଣ ଉତ୍ସବ ପ୍ରାକ ପ୍ରସ୍ତୁତି ବୈଠକ


ଭଦ୍ରକ, ୧୯ ନଭେମ୍ବର (ହି.ସ.) - ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ କମିଟି ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବକୁ ସରସ ସୁନ୍ଦର ଏବଂ ଆଡମ୍ଭର ସହକାରେ ପାଳନ କରିବାକୁ ମନସ୍ଥ କରିଥିବା ବେଳେ ଏଥି ପାଇଁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଧାମରା ବିଜେପି ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ହୋଇଥିବା ବୈଠକରେ ଧାମରାଇ ମଣ୍ଡଳ ର ସଭାପତି ଟୁଲୁ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଧାମରା ପଂଚାୟତ ସମିତି ସଭ୍ୟ ପାପା ଜେନା, ସୁବାଶ ଦାସ,ଦେବେନ୍ଦ୍ର ନାୟକ,କମଳକାନ୍ତ ସୂତାର, ପିତାମ୍ବର ଦାସ, ରମେଶ ଚନ୍ଦ୍ର ବାରିକ, ନରହରି ମଲିକ, ଅଭିମନ୍ୟୁ ରାଉତ, ଅତୁଲ ଜାନା, ବିପିନ ବେହେରା, ଚନ୍ଦ୍ର ଶେଖର ଜେନା, ରୁଦ୍ର ମହାନ୍ତି, ସୌମ୍ୟରଞନ ଲେଙ୍କା, ହରିହର ଜେନା, ଗଣେଶ ସେଠୀ,ଧ୍ରୁବ ବେହେରା , ବିଜୟ ନାୟକ ଙ୍କ ସମେତ ଧାମରା , ବାଂଶଡା, ଜାଗୁଳା, କରଞମାଳ, କଇଥଖୋଲା, ଦୋସିଙ୍ଗା ,କରଣପଲ୍ଲୀ ଏବଂ ପଂଚୁଟିକ୍ରି ପଂଚାୟତ ବହୁ ବିଜେପି କର୍ମୀ ମାନେ ଉପସ୍ଥିତରହିବା ସହ ଏହି ପ୍ରମୁଖ ବୋଇତ ବନ୍ଦାଣ ଉତ୍ସବକୁ ସଫଳତାର ସହ ସମ୍ପର୍ଣ କରାଯିବାକୁ ଶପଥ ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande