
ସ୍ଥାନାନ୍ତର ହୋଇଛନ୍ତି ୩୪୭୨୨ ଲୋକ
ଜିଲ୍ଲାପାଳ ଓ ଏସପି ଲୋକ ଙ୍କୁ ବୁଝାଇ ନେଲେ ଆଶ୍ରୟସ୍ଥଳୀ କୁ
ପୁରୀ ୧୯ ନଭେମ୍ବର (ହି.ସ.)- ବାତ୍ୟା ଆକୱ୍ୱାନ ର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପୁରୀ ଜିଲ୍ଲା ପ୍ରଶାସନ। ଜିଲ୍ଲା କାର୍ଯ୍ୟାଳୟ ସହ ସମସ୍ତ ବିଡିଓ, ତହସିଲଦାର, ସହରାଂଚଳ ଏବଂ ଲାଇନ ଡିପାର୍ଟମେଂଟ ଦ୍ୱାରା ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି। ଲୋକ ମାନେ ସହଯୋଗ କରୁଥିବାରୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି।
ବରିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ୱ
ସରକାର ଙ୍କ ପକ୍ଷରୁ ବାତ୍ୟା ପରିଚାଳନା ରେ ସହଯୋଗ ପାଇଁ ଉଚ୍ଚ ଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଙ୍କୁ ଦାୟିତ୍ୱ ଦିଆଯାଇଛି। ଶ୍ରୀ ଅଗ୍ରୱାଲ ଗତ କାଲି ଅପରାହ୍ନ ରେ ଜିଲ୍ଲା ରେ ପହଂଚି ଜିଲ୍ଲା ପ୍ରଶାସନ ସହ ଆଲୋଚନା ଓ ସମୀକ୍ଷା କରି କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରିଛନ୍ତି।
୧୭୯ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ୩୭୦ ବିକଳ୍ପ ଆଶ୍ରୟସ୍ଥଳ
୧୭୯ ବହୁ ମୁଖୀ ବାତ୍ୟା/ବନ୍ୟା ଆଶ୍ରୟ ସ୍ଥଳ ଆଶ୍ରୟସ୍ଥଳରେ ମୌଳିକ ସୁବିଧା ସହ ୫୨୦୦୦ ରହଣି କ୍ଷମତା ବିଶିଷ୍ଟ ଏବଂ ୧୬୦୦୦ କ୍ଷମତା ବିଶିଷ୍ଟ ୩୭୦ ବିକଳ୍ପ ଆଶ୍ରୟସ୍ଥଳକୁ ମୌଳିକ ସୁବିଧା ସହିତ ପ୍ରସ୍ତୁତ ରଖାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ୧୭୯ ବାତ୍ୟା ଆଶ୍ରୟସ୍ଥଳ ଓ ୩୪୦ ବିକଳ୍ପ ଆଶ୍ରୟସ୍ଥଳରେ ବିପଦ ସଂକୂଳ ସ୍ଥାନ ମାନଙ୍କରେ ରହୁଥିବା ଲୋକ ମାନଙ୍କ ସୁରକ୍ଷା ପାଇଁ ସଂଧ୍ୟା ସୁଦ୍ଧା ୩୪୭୨୨ ସଂଖ୍ୟକ ଲୋକ ଙ୍କୁ ଏହି ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି।ଏହାର ପରିଚାଳନା ପାଇଁ ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି।
ଜିଲ୍ଲାପାଳ ଓ ଏସପି ଲୋକ ଙ୍କୁ ବୁଝାଇ ଆଣିଲେ ଆଶ୍ରୟସ୍ଥଳ
ବାତ୍ୟା ବନ୍ୟା ସମୟରେ ସବୁଠାରୁ ବଡ଼ ସମସ୍ୟା ଲୋକ ଙ୍କୁ ନିରାପଦ ଆଶ୍ରୟସ୍ଥଳ କୁ ଅଣାଇବା।ଯେତେ ଅସୁବିଧା ସ୍ଥଳରେ ରହିଲେବି ଲୋକ ମାନେ ନିଜ ବାସ ଛାଡ଼ି ଆସିବାକୁ ଅମଙ୍ଗ। ସେହି ବିପଦ ସଂକୂଳ ଆଶ୍ରୟସ୍ଥଳ କୁ ଚିହ୍ନଟ କରି ଲୋକ ମାନ ଙ୍କୁ ବୁଝାଇ ବୁଝାଇ ନିରାପଦ ଆଶ୍ରୟସ୍ଥଳ କୁ ଆଣିବାକୁ ଦାୟିତ୍ୱ ରେ ଥିବା ଅଧିକାରୀ,କର୍ମଚାରୀ ମାନେ ନାକେଦମ୍ ହୁଅନ୍ତି। ଆଜି ବ୍ରହ୍ମଗିରି ବ୍ଲକ ର ବିଭିନ୍ନ ଅଂଚଳ ବୁଲି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଓ ଏସପି ପ୍ରତୀକ ସିଂ ଲୋକ ମାନଙ୍କୁ ବୁଝା ସୁଝା କରି ବାତ୍ୟା ଆଶ୍ରୟସ୍ଥଳୀ କୁ ଆଣିଥିଲେ।
ଆଶ୍ରୟସ୍ଥଳ ରେ ରନ୍ଧା ଖାଦ୍ୟ
ସମସ୍ତ ବହୁ ମୁଖୀ ବାତ୍ୟା/ବନ୍ୟା ଆଶ୍ରୟ ସ୍ଥଳ ଏବଂ ବିକଳ୍ପ ଆଶ୍ରୟସ୍ଥଳରେ ସରକାରୀ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛ। ସେମାନଙ୍କ ପାଇଁ ଶୁଖିଲା ରାସନ୍ ଏବଂ ନିରାପଦ ପାନୀୟ ଜଳକୁ ବିକେନ୍ଦ୍ରୀକୃତ କରାଯାଇଛି।୨୭୮ କେନ୍ଦ୍ର ରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରା ଯାଇ ୩୪୭୨୨ ଲୋକ ଙ୍କ ପାଇଁ ବ୍ୟବସ୍ଥା କରାଯାଇଛି।
ଅତ୍ୟାବଶ୍ୟକ ପାଇଁ ୨୧୪୬୦ ପଲିଥିନ୍ ସିଟ୍ ମଧ୍ୟ ଜିଲ୍ଲା ରେ ଉପଲବ୍ଧ ଅଛି।
ଜନ ସଚେତନତା
ଜନସଚେତନତା ପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ, ସ୍ୱେଚ୍ଛାସେବୀ ଏବଂ ପଂଚାୟତ ଜନ ପ୍ରତିନିଧି ମାନଙ୍କ ମାଧ୍ୟମରେ ସଚେତନତା ଅଭିଯାନ କରାଯାଇଛି। ଯାହା ଫଳରେ ଲୋକମାନେ ବାତ୍ୟା ସମ୍ପର୍କରେ ସଚେତନ ହୋଇ ପ୍ରଶାସନ କୁ ସହଯୋଗ କରୁଛନ୍ତି।
ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ
ବାତ୍ୟା ପାଇଁ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ୧୯ ତାରିଖ ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଜିଲ୍ଲା ର ସମସ୍ତ ସମୁଦ୍ର ବେଳାଭୂମିକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ହୋଟେଲ ମାଲିକମାନଙ୍କୁ ୧୮ ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ନୂତନ ବୁକିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଏବଂ ପର୍ଯ୍ୟଟକମାନଙ୍କୁ ସମୁଦ୍ର ବେଳାଭୂମି ଏବଂ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଚିଲିକା ସମେତ ସମସ୍ତ ଜଳ ଊତ୍ସରେ ଡଙ୍ଗା ଏବଂ ଫେରି ସେବା ୧୯ ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କରାଯାଇଛି।
ସ୍ୱାସ୍ଥ୍ୟସେବା ବ୍ୟବସ୍ଥା
ପ୍ରସବ ସମୟ ନିକଟ ହୋଇଥିବା ୨୦୩ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି,। ସେମାନଙ୍କ ମଧ୍ୟରୁ ୭୫ ଜଣ ସୁରକ୍ଷିତ ଭାବରେ ସେମାନଙ୍କର ଶିଶୁ ଜନ୍ମ ଦେଇଛନ୍ତି। ଲୋକ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସମସ୍ତ ବ୍ୟବସ୍ଥା କୁ ଚୁଡାନ୍ତ କରାଯାଇଛି।
ଅପରପକ୍ଷରେ କ୍ଷତି ଗ୍ରସ୍ତ ଅଂଚଳରୁ ପଶୁ ମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଛି, ଏବଂ ପର୍ଯ୍ୟାପ୍ତ ଗୋଖାଦ୍ୟ ସୁନିଶ୍ଚିତ କରାଯାଇଛି।
ଅତ୍ୟାବଶ୍ୟକୀୟ ସେବାର ପୁନରୁଦ୍ଧାର
ସମସ୍ତ ଲାଇନ ଡିପାର୍ଟମେଂଟ ଏବଂ ବିଡିଓମାନଙ୍କୁ ନେଇ ଟିମ୍ ଗଠନ କରାଯାଇଛି। ଏଥିରେ ପାୱାର ବ୍ୟାକଅପ୍, ପର୍ଯ୍ୟାପ୍ତ ଇନ୍ଧନ, ଟ୍ରାକ୍ଟର ଏବଂ ଜେସିବି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଫଳରେ ରାସ୍ତାରେ ଗଛ ଡାଳ ଇତ୍ୟାଦି ପଡ଼ିଲେ ତୁରନ୍ତ ଅପସାରଣ କରାଯାଇପାରିବ।
ଓଡ୍ରାଫ/ଏନଡିଆରଏଫ ନିୟୋଜନ
ଜିଲ୍ଲା ରେ ତିନୋଟି ଓଡ୍ରାଫ ଏବଂ ଦୁଇଟି ଏନଡିଆରଏଫ ଦଳ ମୁତୟନ କରାଯାଇଛି। ସେହିପରି ଅଗ୍ନିଶମ ସେବା ର ୧୮ ଟି ୟୁନିଟ କାର୍ଯ୍ୟକ୍ଷମ ରହିଛି।
ତଦାରଖ ଏବଂ ପରିଚାଳନା
ବାତ୍ୟା ସମ୍ବନ୍ଧୀୟ କାର୍ଯ୍ୟକଳାପର ତଦାରଖ ଏବଂ ପ୍ରଭାବଶାଳୀ ପରିଚାଳନା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି।
ପୁରୀ ମହାନଗର ନିଗମ ପାଇଁ ମହାନଗର ନିଗମର କମିଶନର, ସତ୍ୟବାଦୀ ବ୍ଲକ, ପିପିଲି ବ୍ଲକ ଓ ପିପିଲି ଏନ୍ ଏ ସି ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ,ଗୋପ ବ୍ଲକ ଓ କୋଣାର୍କ ଏନଏସି ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ, ନିମାପଡ଼ା ବ୍ଲକ ଓ ନିମାପଡ଼ା ଏନଏସି ପାଇଁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ପୁରୀ ସଦର ବ୍ଲକ ପାଇଁ ପୁରୀ ମହାନଗର ନିଗମର ଯୁଗ୍ମ କମିଶନର, କୃଷ୍ଣ ପ୍ରସାଦ ବ୍ଲକ୍ ପାଇଁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଓ ଜିଲ୍ଲା ପରିଷଦ ର ଅତିରିକ୍ତ ନିର୍ବାହୀ ଅଧିକାରୀ, ଅସ୍ତରଙ୍ଗ ଓ କାକଟପୁର ବ୍ଲକ ପାଇଁ ପିକେଡିଏ ସେକ୍ରେଟାରୀ, ଡେଲାଙ୍ଗ ଓ କଣାସ ବ୍ଲକ୍ ପାଇଁ ଉପ ଜିଲ୍ଲାପାଳ ଓ ବ୍ରହ୍ମଗିରି ବ୍ଲକ ପାଇଁ ଅତିରିକ୍ତ ଉପ ଜିଲ୍ଲାପାଳ ଙ୍କୁ ଦାୟିତ୍ୱ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ