
ଜୟପୁର, ୧୯ ନଭେମ୍ବର (ହି.ସ.) - ବୋରିଗୁମ୍ମା ବ୍ଲକ ମୁଣ୍ଡାଗୁଡ଼ା ଠାରେ ଲକି୧୧ ଦ୍ୱାରା ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମଂଟର ଗ୍ରାଣ୍ଡ ଫାଇନାଲ ଆଜି ଅନୁଷ୍ଠିତ ହୋଇଯାଇଛି। ମହାଡମ୍ଭର ରେ ଫାଇନାଲ ମ୍ୟାଚ
ପାଳନ ହୋଇଯାଇଛି। ଏହି ଫୁଟବଲ୍ ଟୁର୍ଣ୍ଣାମଂଟ ଦୀର୍ଘ ୯ ଦିନ ଧରି ଚାଲିଥିଲା। ଅଭିଭକ୍ତ କୋରପୁଟ ଜିଲାର ୧୦ଟି ଦଳ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସ୍ତରୀୟ ମ୍ୟାଚ୍ରେ ଖରିଗୁଡ଼,ପୁରୁଣା ବୋରିଗୁମ୍ମା,ବୋରିଗୁମ୍ମା,ମକପୁଟ, ଗଗାନପୂର୍ ,କୋରାପୁଟ,ମୁଣ୍ଡାଗୁଡ଼ା, ନବରଙ୍ଗପୁର ର ଖେଳାଳି ଦଳ ଯୋଗ ଦେଇଥିଲେ। ଫାଇନାଲ ମ୍ୟାଚ୍ ରେ କୋରପୁଟ ଦଲ ସହ ମକାପୁଟ ଦଳ ମୁହା ମୁହିଁ ହୋଇଥିଲେ। କୋରାପୁଟ ଭଳି ଶକ୍ତି ଶାଳୀ ଦଳକୁ ୨.୦ ଗୋଲରେ ପରାସ୍ତ କରି ମାକାପୁଟ ଦଳ ଚାମ୍ପିୟନ୍ ହୋଇଛି। ଲକି ୧୧ ଫୁଟବଲ୍ କମିଟି ଆନୁକୂଲ୍ୟରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ଥାନା ଅଧିକାରୀ ପ୍ରମୋଦ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଅଶୋକ ଗନ୍ତାୟତ, ସୁରେନ୍ଦ୍ର ତ୍ରିପାଠୀ, ଅଶୋକ ଭୂୟାଁ, ନିରଞ୍ଜନ ପାତ୍ର, ଅଜୟ ନାୟକ, ଈଶ୍ୱର ମହୁରିଆ, ବାପି ହୋତା ପ୍ରମୁଖ ଯୋଗ ଦେଇଥିଲେ। ପ୍ରମୋଦ ନାୟକ ଚମ୍ପିୟାନ ଦଳକୁ ୨୦୦୦୦ ଟଙ୍କା ଓ ଟ୍ରଫି ଏବଂ ସମ୍ମାନିତ ଅତିଥି ଉପବିଯେତ ଦଳକୁ ୧୫୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ଟିସୁ ଓ ଯୋହନ ରେଫ୍ରି ଦାୟିତ୍ୱ ତୁଲାଇଥିଲେ। ରଜେନ ମହୁରିଆ ଓ କମୁଲୁ ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ ବେଳେ ଶ୍ରୀ ଅମିର ନାୟକ ମଂଚ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି