
ଭୁବନେଶ୍ୱର, ୧୯ ନଭେମ୍ବର (ହି.ସ)- ରାଜ୍ୟ ଶିଳ୍ପ ତଥା ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଗୁରୁବାର ଲୋକଭବନ ଠାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ଶିଳ୍ପ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ରାଜ୍ୟର ଅଗ୍ରଗତି, ଭବିଷ୍ୟତର ସମ୍ଭାବନା ଏବଂ ଯୁବପିଢ଼ିଙ୍କୁ ଅଧିକ ଦକ୍ଷ ଓ ଆତ୍ମନିର୍ଭର କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା। ରାଜ୍ୟପାଳଙ୍କର ଅଭିଜ୍ଞତା, ଦୂରଦୃଷ୍ଟି ଏବଂ ମାର୍ଗଦର୍ଶନ ଓଡ଼ିଶାର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବ ବୋଲି ମନ୍ତ୍ରୀଆଶା ପ୍ରକଟ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା