
ଭୁବନେଶ୍ୱର, ୧୯ ନଭେମ୍ବର (ହି.ସ.)। ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା
ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ଦିବସକୁ ଜାତୀୟ ସଂହତି ଦିବସ ଭାବେ ପାଳନ କରାଯାଉଛି।
ଏକ୍ସରେ ଏକ ପୋଷ୍ଟ କରି ନବୀନ କହିଛନ୍ତି ଯେ, ଇନ୍ଦିରା ଗାନ୍ଧୀ
ଅସାଧାରଣ ସାହସ ଓ ଦୃଢ଼ ସଂକଳ୍ପର ଅଧିକାରିଣୀ ଥିଲେ। କଠିନ ସମୟରେ ସେ ଦେଶର ନେତୃତ୍ୱ ନେବା ସହ
ରାଷ୍ଟ୍ର ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଏକ ଶକ୍ତିଶାଳୀ ଓ ଏକତାବଦ୍ଧ
ଭାରତ ଗଠନ ଦିଗରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସେ ଉଲ୍ଲେଖ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା