ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ୱର, 19 ନଭେମ୍ବର (ହି.ସ.) ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନ ଗୁରୁବାର ପ୍ରଥମ ପ୍ରଶ୍ନକାଳରୁ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରି ନଥିବାରୁ ବାଚସ୍ପତି
ବିଧାନସଭା


ଭୁବନେଶ୍ୱର, 19 ନଭେମ୍ବର

(ହି.ସ.) ଓଡ଼ିଶା ବିଧାନସଭାର ଶୀତକାଳୀନ

ଅଧିବେଶନର ଦ୍ୱିତୀୟ ଦିନ ଗୁରୁବାର ପ୍ରଥମ ପ୍ରଶ୍ନକାଳରୁ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିରୋଧୀ

ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରି ନଥିବାରୁ ବାଚସ୍ପତି

ସୁରମା ପାଢ଼ୀ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହି କାରଣରୁ ଆଜି

ମଧ୍ୟ ଗୃହରେ ପ୍ରଶ୍ନକାଳ ଓ ଶୂନ୍ୟକାଳର କାର୍ଯ୍ୟକ୍ରମ ହୋଇ ପାରି ନାହିଁ ।

ଆଜି ନିର୍ଧାରିତ 10.30 ମିନିଟରେ ଗୃହ କାର୍ଯ୍ୟ

ଆରମ୍ଭ ହୋଇଥିଲା । ବାଚସ୍ପତି ସୁରମା ପାଢୀ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ

ଚାହିଁଥିଲେ । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ନାରାବାଜି

ଆରମ୍ଭ କରିଥିଲେ। ବ୍ୟାନର ଓ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ନିଜ

ନିଜ ଦାବି ଉପସ୍ଥାପନ କରିବା ସହ ଆଲୋଚନା ପାଇଁ ଜିଦ୍ ଧରିଥିଲେ।

ବିଜେଡି ବିଧାୟକମାନେ ବନ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା

ଅଭିଯୋଗ କରି ବନ୍ୟା ପରିସ୍ଥିତି ଉପରେ ତୁରନ୍ତ ଆଲୋଚନା ଦାବି କରିଥିଲେ। ଅନ୍ୟପକ୍ଷରେ, କଂଗ୍ରେସ ସଦସ୍ୟମାନେ କୋଟିଆ ପ୍ରସଙ୍ଗକୁ ନେଇ ଗୃହ

ଭିତରେ ପ୍ରତିବାଦ କରିଥିଲେ।

ଗୃହ କାର୍ଯ୍ୟ ଚାଲୁ ରଖିବା ପାଇଁ ବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ

ସହଯୋଗ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କ ଅନୁରୋଧ ସତ୍ତ୍ୱେ ବିଜେଡି ଓ କଂଗ୍ରେସ

ସଦସ୍ୟମାନେ ନିଜ ନିଜ ଦାବିରେ ଅଟଳ ରହି ନାରାବାଜି ଜାରି ରଖିଥିଲେ।

ହଟ୍ଟଗୋଳ ଜାରି ରହିବା ଏବଂ ଗୃହରେ ଶୃଙ୍ଖଳା ଫେରି ନଆସିବାରୁ

ବାଚସ୍ପତି ସୁରମା ପାଢ଼ୀ ବିଧାନସଭା କାର୍ଯ୍ୟକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା

କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande