ପରବ-୨୦୨୬ ପାଇଁ ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ: ମହିଳା ତୀରନ୍ଦାଜି, ଦିବ୍ୟାଙ୍ଗ ପ୍ରତିଯୋଗିତାକୁ ମିଳିଲା ଗୁରୁତ୍ୱ
ଜୟପୁର, ୧୯ ନଭେମ୍ବର (ହି.ସ.) - ପରବ-୨୦୨୬ ନିମନ୍ତେ ପଂଚାୟତ ଓ ବ୍ଲକ ସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆ
ପରବ-୨୦୨୬ ପାଇଁ ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ: ମହିଳା ତୀରନ୍ଦାଜି, ଦିବ୍ୟାଙ୍ଗ ପ୍ରତିଯୋଗିତାକୁ ମିଳିଲା ଗୁରୁତ୍ୱ


ଜୟପୁର, ୧୯ ନଭେମ୍ବର (ହି.ସ.) - ପରବ-୨୦୨୬ ନିମନ୍ତେ ପଂଚାୟତ ଓ ବ୍ଲକ ସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି।

ବୈଠକରେ ଏହି ବର୍ଷ ପରବରେ ମହିଳାଙ୍କ ପାଇଁ ତୀରନ୍ଦାଜି ପ୍ରତିଯୋଗିତା ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତି ହୋଇଛି। ସେହିପରି ଦିବ୍ୟାଙ୍ଗ ବ୍ୟକ୍ତି / ଛାତ୍ରଛାତ୍ରୀଙ୍କ ପାଇଁ ଆଥଲେଟିକ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ପରାମର୍ଶ କରି କାର୍ଯ୍ୟକ୍ରମ ତାଲିକା ଚୂଡ଼ାନ୍ତ କରାଯିବ।

ସାଂସ୍କୃତିକ ଓ ଶିକ୍ଷାମୂଳକ ପ୍ରତିଯୋଗିତା ପାଇଁ କୋରାପୁଟ ସମ୍ପର୍କୀୟ ବିଷୟବସ୍ତୁ ଯୋଡ଼ିବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି। ପରବ-୨୦୨୬ରେ ସ୍ଥାନୀୟ ଭାଷାରେ ସଂଚାଳନା ପ୍ରତିଯୋଗିତା ଆୟୋଜନ କରିବାକୁ ମଧ୍ୟ ନିଷ୍ପତି ହୋଇଛି। ଏହା ଜିଲ୍ଳା ସଂସ୍କୃତି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଏବଂ ତାରିଖ ଜିଲ୍ଲା ସଂସ୍କୃତି ଅଧିକାରୀ ନିର୍ଦ୍ଧାରଣ କରିବେ। ସ୍ଥାନୀୟ ଭାଷାର ସଂଚାଳକମାନଙ୍କୁ ସୁଯୋଗ ଦିଆଯିବ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande