ସ୍ବାମୀ ଶ୍ୟାମାନନ୍ଦଙ୍କୁ ଜୟପୁର ଠାରେ ସ୍ବାଗତ
ଜୟପୁର, ୧୯ ନଭେମ୍ବର (ହି.ସ.)- ସ୍ବାମୀ ଶ୍ୟାମନନ୍ଦ ଜି ଏକାତ୍ମ ଯାତ୍ରା ରେ ହୃଷୀକେଶ ଠାରୁ ବିଭିନ୍ନ ରାଜ୍ୟ ଓ ଓଡ଼ିଶା ର ବିଭିନ୍ନ ଜିଲ୍ଲା ଦେଇ ଜୟପୁର ଠାରେ ପହଞ୍ଚିଥିଲେ l ତାଙ୍କୁ ଜୟପୁର ର ବିଭିନ୍ନ ସଂଗଠନ ଦ୍ବାରା ସ୍ବାଗତ କରାଯାଇଥିଲା l ପ୍ରଥମେ ଶ୍ୟାମାନନ୍ଦ ଜି ବିକ୍ରମଦେବ ବିଶ୍ଵ ବିଦ୍ୟାଳୟ
ସ୍ବାମୀ ଶ୍ୟାମାନନ୍ଦ ଙ୍କୁ ଜୟପୁର ଠାରେ ସ୍ବାଗତ


ଜୟପୁର, ୧୯ ନଭେମ୍ବର (ହି.ସ.)- ସ୍ବାମୀ ଶ୍ୟାମନନ୍ଦ ଜି ଏକାତ୍ମ ଯାତ୍ରା ରେ ହୃଷୀକେଶ ଠାରୁ ବିଭିନ୍ନ ରାଜ୍ୟ ଓ ଓଡ଼ିଶା ର ବିଭିନ୍ନ ଜିଲ୍ଲା ଦେଇ ଜୟପୁର ଠାରେ ପହଞ୍ଚିଥିଲେ l ତାଙ୍କୁ ଜୟପୁର ର ବିଭିନ୍ନ ସଂଗଠନ ଦ୍ବାରା ସ୍ବାଗତ କରାଯାଇଥିଲା l ପ୍ରଥମେ ଶ୍ୟାମାନନ୍ଦ ଜି ବିକ୍ରମଦେବ ବିଶ୍ଵ ବିଦ୍ୟାଳୟ ଠାରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ସ୍ବାଗତ କରାଯାଇଥିଲା ଓ ସେ ବିକ୍ରମଦେବ ସଭାଗୃହ ଠାରେ କର୍ମଚାରୀ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଆଲୋଚନା ସମୟରେ ବିଶ୍ବ ବିଦ୍ୟାଳୟର କର୍ମଚାରୀଙ୍କ ସମେତ ବିକ୍ରମ ଦେବ ଛାତ୍ର ସଂସଦ ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ଥିଲେ l ସେଠାରୁ ବାହାରି ସ୍ବାମୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସାରଦା ବିହାର ଜୟପୁର ଠାରେ ପହଞ୍ଚିଥିଲେ ସେଠାରେ ତାଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା lସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ, ସମସ୍ତ ଗୁରୁଜୀ, ଗୁରୁମା, ବିଦ୍ୟାଳୟ ସଭାପତି ଓ ସମ୍ପାଦକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ l ବିଶ୍ବହିନ୍ଦୁ ପରିଷଦ ଜୟପୁର ନଗର ସଭାପତି ଶଶୀଭୂଷଣ ଦାଶ ତାଙ୍କୁ ସେଠାରେ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ଓ ସେଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକର ଆୟୋଜନ ହୋଇଥିଲା lଉକ୍ତ ବୈଠକରେ ସ୍ବାମୀ ସ୍ପଷ୍ଟ କରିଥିଲେ ଯେ, ଶଙ୍କରାଚାର୍ଯ୍ୟଙ୍କ ରଥ ଦୀର୍ଘ ୫୦ ହଜାର କିଲୋମିଟର ଯାତ୍ରା କରିବ। ଏହା କେରଳ ଠାରୁ ବାହାରି କେଦାର ନାଥ ଠାରେ ପହଞ୍ଚିବ। ଉକ୍ତ ରଥ ଭାରତର ବିଭିନ୍ନ ରାଜ୍ୟ ଦେଇ ଆସିବା ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲା ଦେଇ ଯିବ ଯିବା ସମୟରେ ଜୟପୁର ଠାରେ ରଥ କୁ ସ୍ବାଗତ କରିବା ନିମନ୍ତେ ସୁଚନା ଦେଇଥିଲେ l ଏହାର ମୁଖ୍ୟ ଲକ୍ଷ୍ୟ ହିନ୍ଦୁ ଧର୍ମର ସୁରକ୍ଷା ଓ ହିନ୍ଦୁ ସମାଜକୁ ଏକତ୍ରିତ କରିବା l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande