ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପାଦୁଗୁଡାର ୪ ଶିଶୁ ଉଦ୍ଧାର
ଜୟପୁର, ୨ ନଭେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପଦୁଗୁଡା ଗାଁର ୪ ଜଣ ଶିଶୁଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି। ସେମାନଙ୍କ ସୁରକ୍ଷା ଓ ଯତ୍ନ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମତୀ ସଙ୍ଗୀତା
ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପାଦୁଗୁଡାର ୪ ଶିଶୁ ଉଦ୍ଧାର


ଜୟପୁର, ୨ ନଭେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପଦୁଗୁଡା ଗାଁର ୪ ଜଣ ଶିଶୁଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି। ସେମାନଙ୍କ ସୁରକ୍ଷା ଓ ଯତ୍ନ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମତୀ ସଙ୍ଗୀତା ରାଣୀ ପାଣି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, କୋରାପୁଟ, କବିତା ନାଭ, ସିଡିପିଓ ଦଶମନ୍ତପୁର ଓ ଚାଇଲ୍ଡ ହେଲ୍ପଲାଇନର ମିଳିତ ଉଦ୍ୟମରେ ସେମାନଙ୍କୁ ଉଦ୍ଧାର କରାଯାଇ ଶିଶୁ କଲ୍ୟାଣ ସମିତି ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ଏକ ହତ୍ୟା ମାମଲାରେ ସେମାନଙ୍କ ପିତା ଗିରଫ ହେବା ପରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande