ବିଜେଡିର ସ୍ୱତନ୍ତ୍ର ଟିମ୍ ସ୍ୱାଭିମାନ ଅଂଚଳ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ୩ ଗ୍ରାମବାସୀଙ୍କ ସହ ଆଲୋଚନା
ମାଲକାନଗିରି , ୨ ନଭେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ଗ୍ରାମ ପଂଚାୟତ ଅଧିନସ୍ଥ ଝୁମ୍ ଡାଙ୍ଗ ,ବାଙ୍ଗୁରସୁଧା ଏବଂ ସୁଆ ପାଲ୍ଲୀ ଗ୍ରାମରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଏକ ସ୍ୱତନ୍ତ୍ର ଟିମ୍ ଜିଲ୍ଲା ସଭାପତି ତଥା ପୂର୍ବତ
ବିଜେଡିର ସ୍ୱତନ୍ତ୍ର ଟିମ୍ ସ୍ୱାଭିମାନ ଅଞ୍ଚଳ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ୩ ଗ୍ରାମବାସୀଙ୍କ ସହ ଆଲୋଚନା


ବିଜେଡିର ସ୍ୱତନ୍ତ୍ର ଟିମ୍ ସ୍ୱାଭିମାନ ଅଞ୍ଚଳ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ୩ ଗ୍ରାମବାସୀଙ୍କ ସହ ଆଲୋଚନା


ମାଲକାନଗିରି , ୨ ନଭେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ଗ୍ରାମ ପଂଚାୟତ ଅଧିନସ୍ଥ ଝୁମ୍ ଡାଙ୍ଗ ,ବାଙ୍ଗୁରସୁଧା ଏବଂ ସୁଆ ପାଲ୍ଲୀ ଗ୍ରାମରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଏକ ସ୍ୱତନ୍ତ୍ର ଟିମ୍ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ନେତୃତ୍ୱରେ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ବିଜେଡି ପ୍ରତିନିଧି ଟିମ୍ ତଥା ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ , ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ଏବଂ କରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡ଼ି ଓଡିଶା ର ଆନ୍ଧ୍ର ସୀମାନ୍ତ ଗ୍ରାମ ଝୁମ୍ ଡାଙ୍ଗ ଗ୍ରାମରେ ପହଂଚି ସ୍ଥାନୀୟ ଜନ ସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ବର୍ତମାନ ଆନ୍ଧ୍ରପ୍ରଦେଶ ର ପଂଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଓଡିଶାର ଆନ୍ଦ୍ର ସୀମାନ୍ତ ଗ୍ରାମ ଝୁମ୍ ଡାଙ୍ଗ ,ବାଙ୍ଗୁରସୁଧା ଏବଂ ସୁଆ ପାଲ୍ଲୀ ଗ୍ରାମର ଲୋକମାନେ ଆନ୍ଧ୍ରପ୍ରଦେଶ ର ପଂଚାୟତ ନିର୍ବାଚନ ରେ ଭୋଟ୍ ଦେଇ ସମର୍ଥନ କରିବା କଥା ଶୁଣି ବିଜୁ ଜନତା ଦଳର ଟିମ୍ ସେମାନଙ୍କ ପାଖରେ ପହଂଚିଥିଲେ । ଅତୀତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଅଂଚଳର ବିକାଶ କରିଥିଲେ ,ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେଇ ଥିଲେ!,ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆ ଯାଇଥିଲା । କିନ୍ତୁ ବର୍ତମାନ ଏ ଡବଲ ଇଞ୍ଜିନ ସରକାର ଅଢେଇ ବର୍ଷ ଭିତରେ କୌଣସି ସେଭଳି ସୁବିଧା ସୁଯୋଗ ଦେଇନାହାନ୍ତି । ବର୍ତମାନ ଏହି ଅଂଚଳର କଂଗ୍ରେସ୍ ର ବିଧାୟକ ମଙ୍ଗୁ ଖିଲ ଏବଂ ଭାରତୀୟ ଜନତା ପାର୍ଟି ଡବଲ ଇଞ୍ଜିନ ର ମାନ୍ୟବର ସାଂସଦ ବଳଭଦ୍ର ମାଝୀ ଅଂଚଳର କୌଣସି ସମସ୍ୟା ସମ୍ପର୍କରେ ପାର୍ଲାମେଂଟ କିମ୍ବା ବିଧାନସଭା ରେ ଉପସ୍ଥାପନ କରିନାହାନ୍ତି । ଏଥିପାଇଁ ଏ ଅଂଚଳର ଜନ ସାଧାରଣ ବର୍ତମାନ କଂଗ୍ରେସ୍ ଓ ବିଜେପି କୁ ଭରସା କରି ପାରୁ ନାହାନ୍ତି କାରଣ ପିଇବା ପାଣି ମିଳୁ ନାହିଁ , ଆବାସ ଯୋଜନା , ଜଙ୍ଗଲ ଜମି ପଟ୍ଟା ,ଘରବାରି ପଟ୍ଟା , ବୁଢ଼ାବୁଢ଼ୀ ବାର୍ଦ୍ଧକ୍ୟ ଭତା ୩ ହଜାର ଟଙ୍କା ,ସୁଭଦ୍ରା ଯୋଜନା , ୩୦୦ ୟୁନିଟ୍ ବିଜୁଳୀ ମାଗଣା ଦେବୁ କହିଥିଲେ ତାହା ମଧ୍ୟ ଦେଇ ନାହାନ୍ତି ଏହିଭଳି ଅନେକ ସମସ୍ୟା ଏହି ଅଢେଇ ବର୍ଷ ମଧ୍ୟରେ ଡବଲ ଇଞ୍ଜିନ ସରକାର ଙ୍କ ଆସ୍ଥା ପ୍ରକଟ କରି ଏବଂ କଂଗ୍ରେସ୍ ବିଧାୟକ ଙ୍କ ଆସ୍ଥା ପ୍ରକଟ କରି ଭୋଟ୍ ଦେଇଥିଲେ ସେ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ଯାଇଛି!। ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଟିମ୍ ଆସି ଏଠାରେ ଦେଖିବା କୁ ପାଇଥିଲେ ସମସ୍ତ ଙ୍କ ଆଧାର କାର୍ଡ ଡବଲ୍ ,ରାସନ୍ କାର୍ଡ ଡବଲ୍ , କୁଲି କାର୍ଡ ଡବଲ୍ । ଏ ଅଂଚଳର ଲୋକ ଆନ୍ଧ୍ର ରେ ଯେଉଁ ସୁବିଧା ପାଉଛନ୍ତି ମେଡିକାଲ ହେଉ କି ଅନ୍ୟାନ୍ୟ ସୁବିଧା ପାଉଛନ୍ତି ସେଥିପାଇଁ ଏମାନେ ଆନ୍ଧ୍ରପ୍ରଦେଶର ପଂଚାୟତ ନିର୍ବାଚନ ରେ ଭୋଟ୍ ଦେବା ପାଇଁ ନିଷ୍ପତି ନେଇଥିଲେ କିନ୍ତୁ ବିଜୁ ଜନତା ଦଳର ଟିମ୍ ଆସି ବୁଝାଇଲା ପରେ ବୁଝିଲେ! ଏଥିର ଏ ଅଂଚଳର ଗ୍ରାମବାସୀ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ହୀ ଆମ ଦୁଃଖ ବୁଝୁଥିଲେ ବର୍ତମାନ ଡବଲ ଇଞ୍ଜିନ ସରକାର ଆମ କଥା ବୁଝୁ ନାହାନ୍ତି ବୋଲି କହିବା ସହ ବିଜୁ ଜନତା ଦଳ ତରଫରୁ ବୁଝାଇଛନ୍ତି ସେଥିପାଇଁ ଆପଣମାନଙ୍କ କଥା ଏବଂ ବିଶ୍ୱାସ ଭରଷା କରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାଲକାନଗିରି ,ଜିଲ୍ଲା ପରିଷଦ ଅଧ୍ୟକ୍ଷା , ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା ,ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ଙ୍କ ଉପରେ ଆସ୍ଥା ପ୍ରକଟ କରି ଆଜି ଆମ୍ଭେ ପୁଣି ଓଡ଼ିଶାର ନବୀନ ପଟ୍ଟନାୟକ ବାବୁଙ୍କର ଉପରେ ଭରଷା କରି ଓଡ଼ିଶାର କଥା ଶୁଣି ଓଡିଶା ସହିତ ରହିବୁ ବୋଲି ୱାର୍ଡ ମେମ୍ବର ସିତାମା ହନ୍ତାଳ , ନାକା ରାଜୁ ଖିଲ ,କାଳିଆ ହନ୍ତାଳ, ମାଲେଶ ରାଓ ହନ୍ତାଳ ,ଜାନବା୍ୱ ହନ୍ତାଳ ,ଡମୁ ଖିଲ , ସାରିୟା ଗୋଲରୀ ,ଶିବାଜୀ ହନ୍ତାଳ ,ଭେଙ୍କେଟ ରାଓ ହନ୍ତାଳ ,ସାମସନ ହନ୍ତାଳ, ବାବୁ ରାଓ ହନ୍ତାଳ ,ଚିନା ରାଓ ଖିଲ ,ଅଟେଶ୍ ରାଓ ହନ୍ତାଳ ,କେଶବ ରାଓ ଗଲରି ,ମାନିଙ୍ଗା ହନ୍ତାଳ ପ୍ରମୁଖ ପ୍ରତିଶ୍ରୁତି ଦେଇଛନ୍ତି । ଝୁମ୍ ଡାଙ୍ଗ ଗ୍ରାମ ,ବାଙ୍ଗୁରସୁଧା ଗ୍ରାମ ଏବଂ ସୁଆ ପାଲ୍ଲୀ ଗ୍ରାମର ଏହି ପଦକ୍ଷେପ କୁ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ନିଶ୍ଚିତ ଭାବରେ ମାଲକାନଗିରି ଜିଲ୍ଲାର ଜିଲ୍ଲା ପ୍ରଶାସନ ଏବଂ ଚିତ୍ରକୋଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ ଓ ଚିତ୍ରକୋଣ୍ଡା ତହସିଲଦାରଙ୍କ ସହ ଆଲୋଚନା କରି ଧୂଳିପୁଟ ଗ୍ରାମ ପଂଚାୟତ ଓ ପାପେରମେଟାଲ ଗ୍ରାମ ପଂଚାୟତ ର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବା କହିବା ସହ ଓଡ଼ିଶା ରାଜ୍ୟ ମାଲକାନଗିରି ଜିଲ୍ଲା ର ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ସୀମାନ୍ତ ସମସ୍ତ ଗ୍ରାମ ମାନଙ୍କୁ ଆଦର୍ଶ ଗ୍ରାମ କରିବା ପାଇଁ ଉନ୍ନତି ମୂଳକ ପଦକ୍ଷେପ ନିଅନ୍ତୁ ନଚେତ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଡବଲ ଇଞ୍ଜିନ ରାଜ୍ୟ ସରକାର ବିରୁଦ୍ଧରେ ବିଜୁ ଜନତା ଦଳ ତରଫରୁ ଲଢ଼େଇ କରିବୁ ଓ ତା ସହିତ ସୀମାନ୍ତ ଗ୍ରାମ ଗୁଡିକ ଆଦର୍ଶ ଗ୍ରାମରେ ପରିଣତ କରିବା ନ ଯାଏ ଏ ଲଢ଼େଇ ଜାରି ରହିବ ବୋଲି ସଭାପତି ମାନସ ମାଡକାମୀ କହିଛନ୍ତି । ବିଜୁ ଜନତା ଦଳର ଏହି ସ୍ୱତନ୍ତ୍ର ଟିମ୍ ମଧ୍ୟରେ ସଂଖ୍ୟାଲଘୁ ସେଲ୍ ଜିଲ୍ଲା ସଭାପତି ରାଜେନ୍ଦ୍ର ଖସଲା , ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ପାଣିଗ୍ରାହୀ ,ବିଜେଡି ଜିଲ୍ଲା ସମ୍ପାଦକ ସଦାନନ୍ଦ ଖରା ,ଚିତ୍ରକୋଣ୍ଡା ବ୍ଲକ ସଭାପତି ରାମଚନ୍ଦ୍ର ଗାଲେଲ ,ଚିତ୍ରକୋଣ୍ଡା ବ୍ଲକ ସାଧାରଣ ସମ୍ପାଦକ ତପନ ସାହା ପ୍ରମୁଖ ଙ୍କ ସହ ବିଜୁ ଜନତା ଦଳର ସମସ୍ତ ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande