
କଟକ, ୨ ନଭେମ୍ବର (ହି.ସ.)। ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସର କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ୭ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବ ମୁକାବିଲା ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି କରାଯାଇଛି।
କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନ ସମସ୍ତ ୭ଟି ଜିଲ୍ଲାରେ ଏବଂ କଟକସ୍ଥିତ ଆଇଜିପି, କେନ୍ଦ୍ରାଞ୍ଚଳଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିଛି। ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।
ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ସରକାରୀ ସୂଚନା ଓ ପରାମର୍ଶ ଅନୁସରଣ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ବର୍ଷା ଯୋଗୁଁ ଜଳମଗ୍ନ ରାସ୍ତା, ନଦୀ ଓ ସମୁଦ୍ର ନିକଟକୁ ନଯିବା ପାଇଁ ମଧ୍ୟ ସତର୍କ କରାଯାଇଛି।
ଯେକୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨ ନମ୍ବରକୁ ଡାଏଲ୍ କରିବାକୁ ଓଡ଼ିଶା ପୁଲିସ ଅନୁରୋଧ କରିଛି। ଜନସାଧାରଣଙ୍କ ସୁରକ୍ଷା ପୁଲିସର ପ୍ରାଥମିକତା ବୋଲି କେନ୍ଦ୍ରାଞ୍ଚଳ ପୁଲିସ ପକ୍ଷରୁ କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ