
ମାଲକାନଗିରି , ୨ ନଭେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗମ୍ଫାକୋଣ୍ଡା ମୁଖ୍ୟ କେନାଲରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଏମଭି-୧୦୫ ଗ୍ରାମ ନିକଟରେ କେନାଲ ପାଣିରେ ଭାସୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି । ମୃତ ମହିଳା ହେଲେ ଚିନ୍ତଲୱାଡା ପଂଚାୟତ ମାଝିଗୁଡ଼ା ଗ୍ରାମର ଉଙ୍ଗା ମାଡକାମୀଙ୍କ ସ୍ତ୍ରୀ ଭିମେ ମାଡକାମୀ (୭୦) । ସୂଚନା ଅନୁଯାୟୀ, ରବିବାର ଭିମେ କେନାଲରେ ଗାଧୋଇବାକୁ ଯାଇ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ସୋମବାର ଏମଭି-୧୦୫ ନିକଟରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କାଲିମେଳା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ