ଇନ୍ଦୋରରେ ଆରମ୍ଭ ହେଲା ଆରଏସ୍ଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ
ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ବକ୍ତବ୍ୟ ଜାରୀ କରିବେ ସରକାର୍ଯ୍ୟବାହ ଇନ୍ଦୋର, ୨ ନଭେମ୍ବର (ହି.ସ.)। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍)ର ବାର୍ଷିକ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଇନ୍ଦୋରସ୍ଥିତ ଡେଲି କଲେଜର ସନ୍ଥ ଶ୍ରୀ ରବିଦାସ ସ
ଇନ୍ଦୋରରେ ଆରମ୍ଭ ହେଲା ଆରଏସ୍ଏସ୍ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ


ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ବକ୍ତବ୍ୟ ଜାରୀ କରିବେ ସରକାର୍ଯ୍ୟବାହ

ଇନ୍ଦୋର, ୨ ନଭେମ୍ବର (ହି.ସ.)। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍)ର ବାର୍ଷିକ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଇନ୍ଦୋରସ୍ଥିତ ଡେଲି କଲେଜର ସନ୍ଥ ଶ୍ରୀ ରବିଦାସ ସଭାଗୃହରେ ଆରମ୍ଭ ହୋଇଛି। ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଏବଂ ସରକାର୍ଯ୍ୟବାହ ଶ୍ରୀ ଦତ୍ତାତ୍ରେୟ ହୋସବାଲେ ଭାରତମାତାଙ୍କ ଚିତ୍ରରେ ପୁଷ୍ପାର୍ଚ୍ଚନ କରି ବୈଠକର ଶୁଭାରମ୍ଭ କରିଥିଲେ।

ଏହି ବୈଠକରେ ସରସଂଘଚାଳକ, ସରକାର୍ଯ୍ୟବାହ, ସମସ୍ତ ସହ ସରକାର୍ଯ୍ୟବାହ, ଅଖିଳ ଭାରତୀୟ ପଦାଧିକାରୀ, କ୍ଷେତ୍ର ସଂଘଚାଳକ, କାର୍ଯ୍ୟବାହ ଓ ପ୍ରଚାରକ, ପ୍ରାନ୍ତ ସଂଘଚାଳକ, କାର୍ଯ୍ୟବାହ ଓ ପ୍ରଚାରକଙ୍କ ସମେତ ସଂଘ ପ୍ରେରିତ କେତେକ ବିଭିନ୍ନ ସଂଗଠନର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀମାନେ ଯୋଗ ଦେଇଛନ୍ତି।

ବୈଠକର ପ୍ରାରମ୍ଭରେ ସରକାର୍ଯ୍ୟବାହ ଶ୍ରୀ ହୋସବାଲେ ଗତ କିଛି ମାସ ମଧ୍ୟରେ ଦେହାନ୍ତ ହୋଇଥିବା ସମାଜର ବିଶିଷ୍ଟ ବ୍ୟକ୍ତିତ୍ୱ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ଅଭିନେତା ନାନା ପାଟେକର, ଆଶା ଭୋସଲେ, ପୂଜ୍ୟ ସନ୍ଥ ପଦ୍ମଶ୍ରୀ ରମେଶ ବାବା, ବିବେକାନନ୍ଦ କେନ୍ଦ୍ରର ପୂର୍ବତନ ଅଧ୍ୟକ୍ଷ ବାଳକୃଷ୍ଣନ, ବଳବୀର ପୁଞ୍ଜ, ଏସ୍. ବେଦାନ୍ତମ୍ (ଚେନ୍ନାଇ), ସାମ୍ବାଦିକ ବିରାଗ ପାଚପୋର, ପରାଗ ବୈଦିକ (ମୁମ୍ବାଇ), ପୂର୍ବତନ କୁଳପତି ଦେବେନ୍ଦ୍ର ପ୍ରତାପ ସିଂହ ଓ ସଚ୍ଚିଦାନନ୍ଦ ମହାନ୍ତି, ପ୍ରସିଦ୍ଧ ଗାୟିକା ଏସ୍. ଜାନକୀ ଓ ସୁମନ କଲ୍ୟାଣପୁରୀକର ଏବଂ ସଂଘର ବରିଷ୍ଠ ପ୍ରଚାରକ ବିନୋଦ କୁମାର ପ୍ରମୁଖ ରହିଛନ୍ତି।

ତିନିଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବକ୍ତବ୍ୟ ଜାରି ହେବ

ବୈଠକରେ ସରକାର୍ଯ୍ୟବାହଙ୍କ ପକ୍ଷରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଜାରି କରାଯିବ। ଏଥିମଧ୍ୟରୁ ପ୍ରଥମଟି ରାଷ୍ଟ୍ରୀୟ ଚେତନାର ପିତାମହ ଶ୍ରୀ ରାଜନାରାୟଣ ବସୁଙ୍କ ୨୦୦ତମ ଜୟନ୍ତୀ ଅବସରରେ ରହିବ। ଦ୍ୱିତୀୟ ବକ୍ତବ୍ୟଟି ଶୁଦ୍ଧିକରଣ ଆନ୍ଦୋଳନର ପୁରୋଧା ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ବଳିଦାନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଜାରି ହେବ।

ସେହିପରି ତୃତୀୟ ବକ୍ତବ୍ୟଟି ଓଡ଼ିଶାର କନ୍ଧମାଳ ଜନଜାତି ଅଞ୍ଚଳରେ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସ୍ୱଧର୍ମର ଜାଗରଣ ପାଇଁ କାର୍ଯ୍ୟ କରିଥିବା ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ଜାରୀ କରାଯିବ।

ଏହି ବୈଠକରେ ସଂଘର ସାଂଗଠନିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସମସାମୟିକ ବିଷୟ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande