
ଜୟପୁର, ୦୨ ନଭେମ୍ବର(ହି.ସ.) – ଜୟପୁର ପୌର କାର୍ଯ୍ୟ ନିବାହୀ ଅଧିକାରୀ ଭାବେ ଆଜି ଉପ ଜିଲାପାଳ ସୁଭ୍ରା ପଣ୍ଡା ଦାୟିତ୍ୱ ନେଇଛନ୍ତି। ପୂର୍ବତନ ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ପୌର କାର୍ଯ୍ୟ ନିବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ। ତାଙ୍କୁ ବ୍ରହ୍ମପୁରଙ୍କୁ ବଦଳି ହେବା ପରେ ଅତିରିକ୍ତ ପୌର କାର୍ଯ୍ୟ ନିବାହୀ ଅଧିକାରୀ ପୂଜା ରାଉତ ତାୟିତ୍ୱ ତୁଲାଉଥିଲେ। ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜୟପୁର ଉପ ଜିଲାପାଳ ସୁଭ୍ରା ପଣ୍ଡା ଦାୟିତ୍ୱ ନେଇଛନ୍ତି। ତାୟିତ୍ୱ ନେବା ସମୟରେ ଅତିରିକ୍ତ ପୌର କାର୍ଯ୍ୟ ନିର୍ବାହୀ ଅଧିକାରି ପୁଜା ରାଉତ, ପୌର କର୍ମଚାରୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି