ଫୋର୍ଟ୍ରେସ୍ ଟିକେଟ୍ ଯାଞ୍ଚ ଅଭିଯାନରେ ପୂର୍ବ ତଟ ରେଳପଥରେ ବୃଦ୍ଧି ପାଉଛି ଟିକେଟ୍ ବୁକିଂ
Bhubaneswar, 02 ନଭେମ୍ବର (ହି.ସ.) ପୂର୍ବ ତଟ ରେଳପଥ ନିଜ ଅଧିକାର କ୍ଷେତ୍ରର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ସ୍ୱତନ୍ତ୍ର ଫୋର୍ଟ୍ରେସ୍ ଟିକେଟ୍ ଯାଞ୍ଚ ଅଭିଯାନ ମାଧ୍ୟମରେ ଟିକେଟ୍ ଅନୁଶାସନକୁ ପ୍ରୋତ୍ସାହିତ କରିବା ସହ ବିନା ଟିକେଟ୍ ଓ ଅନଧିକୃତ ଯାତ୍ରାକୁ ନିରୁତ୍ସାହିତ କରିବା ପାଇଁ ପ୍ରୟାସକୁ ଆହୁ
ଫୋର୍ଟ୍ରେସ୍ ଟିକେଟ୍ ଯାଞ୍ଚ ଅଭିଯାନରେ ପୂର୍ବ ତଟ ରେଳପଥରେ ବୃଦ୍ଧି ପାଉଛି ଟିକେଟ୍ ବୁକିଂ


Bhubaneswar, 02 ନଭେମ୍ବର (ହି.ସ.)

ପୂର୍ବ ତଟ ରେଳପଥ ନିଜ ଅଧିକାର କ୍ଷେତ୍ରର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ସ୍ୱତନ୍ତ୍ର ଫୋର୍ଟ୍ରେସ୍ ଟିକେଟ୍ ଯାଞ୍ଚ ଅଭିଯାନ ମାଧ୍ୟମରେ ଟିକେଟ୍ ଅନୁଶାସନକୁ ପ୍ରୋତ୍ସାହିତ କରିବା ସହ ବିନା ଟିକେଟ୍ ଓ ଅନଧିକୃତ ଯାତ୍ରାକୁ ନିରୁତ୍ସାହିତ କରିବା ପାଇଁ ପ୍ରୟାସକୁ ଆହୁରି ତୀବ୍ର କରିଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଯାତ୍ରୀମାନଙ୍କୁ ବୈଧ ଟିକେଟ୍ କ୍ରୟ ପାଇଁ ଉତ୍ସାହିତ କରିବା, ରେଳ ନିୟମର ଅନୁପାଳନ ସୁନିଶ୍ଚିତ କରିବା ଏବଂ ରେଳ ରାଜସ୍ୱର ସୁରକ୍ଷା କରିବା।

ଏହି ଅଭିଯାନରେ ରେଳପଥର ବାଣିଜ୍ୟ ବିଭାଗର କର୍ମଚାରୀମାନେ ସମନ୍ୱିତ ଭାବେ ଟିକେଟ୍ ଯାଞ୍ଚ କରିବା, ଅନିୟମିତତା ଚିହ୍ନଟ କରିବା ଏବଂ ବୈଧ ଟିକେଟ୍ ବିନା ଯାତ୍ରାକୁ ନିରୁତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ନିୟମିତ ଏବଂ ସୁନିର୍ଦ୍ଦିଷ୍ଟ ଟିକେଟ୍ ଯାଞ୍ଚ ଯାତ୍ରା ପୂର୍ବରୁ ଟିକେଟ୍ କ୍ରୟର ଗୁରୁତ୍ୱକୁ ସୁଦୃଢ଼ କରିବା ସହ ଦାୟିତ୍ୱବାନ ଯାତ୍ରା ଅଭ୍ୟାସକୁ ପ୍ରୋତ୍ସାହିତ କରୁଛି।

ଟିକେଟ୍ ଯାଞ୍ଚ ଅଭିଯାନ ପରିପ୍ରେକ୍ଷୀରେ ଭୁବନେଶ୍ୱର ଓ ସମ୍ବଲପୁର ସମେତ ପ୍ରମୁଖ ଷ୍ଟେସନଗୁଡ଼ିକରେ ଅନରିଜର୍ଭଡ୍ ଟିକେଟିଂ ସିଷ୍ଟମ୍ (UTS) ମାଧ୍ୟମରେ ଟିକେଟ୍ ବୁକିଂ କାର୍ଯ୍ୟକଳାପରେ ବୃଦ୍ଧି ଲକ୍ଷ୍ୟ କରାଯାଇଛି। ବିଶେଷ ଭାବେ, ଫୋର୍ଟ୍ରେସ୍ ଟିକେଟ୍ ଯାଞ୍ଚ ଅଭିଯାନ ଦିନ UTS ଟିକେଟ୍ ବୁକିଂରେ ୨୯ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି, ଯାହା ଯାଞ୍ଚ ଅଭିଯାନ ସମୟରେ ଟିକେଟ୍ କ୍ରୟ ପ୍ରବୃତ୍ତିରେ ସକାରାତ୍ମକ ପରିବର୍ତ୍ତନକୁ ସୂଚିତ କରୁଛି।

ପୂର୍ବ ତଟ ରେଳପଥର ବାଣିଜ୍ୟ ବିଭାଗ ଜୋନ୍ର ପ୍ରମୁଖ ଷ୍ଟେସନଗୁଡ଼ିକରେ ସମନ୍ୱିତ ଟିକେଟ୍ ଯାଞ୍ଚ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପଦକ୍ଷେପକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ପ୍ରଧାନ ମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ (PCCM)ଙ୍କ ଦଳ ସହିତ ମୁଖ୍ୟାଳୟ ଏବଂ ଡିଭିଜନଗୁଡ଼ିକର ବାଣିଜ୍ୟ ବିଭାଗୀୟ କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣ, ତଦାରଖକୁ ସୁଦୃଢ଼ କରିଛି ଏବଂ ଟିକେଟ୍ ନିୟମର ପ୍ରଭାବଶାଳୀ ପ୍ରବର୍ତ୍ତନ ସୁନିଶ୍ଚିତ କରିବାରେ ସାହାଯ୍ୟ କରିଛି।

ବୈଧ ଟିକେଟ୍ କ୍ରୟ ପାଇଁ ଯାତ୍ରୀମାନଙ୍କୁ ଉତ୍ସାହିତ କରାଯାଉଛି

ଫୋର୍ଟ୍ରେସ୍ ଟିକେଟ୍ ଯାଞ୍ଚ ଅଭିଯାନ କେବଳ ଟିକେଟ୍ ସମ୍ବନ୍ଧୀୟ ଅନିୟମିତତା ଚିହ୍ନଟ କରିବା ଏବଂ ଜୋରିମାନା ଆଦାୟ ମଧ୍ୟରେ ସୀମିତ ନୁହେଁ। ଏହାର ବ୍ୟାପକ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଯାତ୍ରାର ଏକ ଅବିଚ୍ଛିନ୍ନ ଅଂଶ ଭାବେ ଟିକେଟ୍ କ୍ରୟ କରିବା ପାଇଁ ଯାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା।

ନିୟମିତ ଟିକେଟ୍ ଯାଞ୍ଚ ବିନା ଟିକେଟ୍ ଓ ଅନଧିକୃତ ଯାତ୍ରାକୁ ନିରୁତ୍ସାହିତ କରିବା ସହ ରେଳ ନିୟମର ଅନୁପାଳନକୁ ସୁଦୃଢ଼ କରୁଛି। ଏହା ବୈଧ ଟିକେଟ୍ ଧରି ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପ୍ରତି ନ୍ୟାୟସଙ୍ଗତ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ସହ ରେଳବାଇର ବୈଧ ରାଜସ୍ୱ ସୁରକ୍ଷାରେ ସହାୟକ ହେଉଛି।

ଏପ୍ରିଲ ୨୦୨୬ ଠାରୁ UTS ମାଧ୍ୟମରେ ଟିକେଟ୍ ବୁକିଂରେ ହୋଇଥିବା ବୃଦ୍ଧି ଯାତ୍ରା ଟିକେଟ କରିବା ପାଇଁ ପ୍ରୋତ୍ସାହିତ କରିବା ଦିଗରେ ଏକ ଉତ୍ସାହଜନକ ପ୍ରଗତି। ନିୟମ କାର୍ଯ୍ୟକାରୀ କରିବା ସହିତ ସହଜରେ ଉପଲବ୍ଧ ଟିକେଟ୍ ବୁକିଂ ସୁବିଧା ଏବଂ ଯାତ୍ରୀ ସଚେତନତା ଟିକେଟ୍ କ୍ରୟକୁ ଆହୁରି ସହଜ କରିବା ସହ ନିର୍ଦ୍ଧାରିତ ପ୍ରକ୍ରିୟାର ଅନୁପାଳନକୁ ପ୍ରୋତ୍ସାହିତ କରିପାରିବ।

ପୂର୍ବ ତଟ ରେଳପଥରେ ଟିକେଟ୍ ଅନୁଶାସନକୁ ସୁଦୃଢ଼ କରିବା

ମୁଖ୍ୟାଳୟ, ମଣ୍ଡଳ ଅଧିକାରୀ ଏବଂ ଟିକେଟ୍ ଯାଞ୍ଚ ଦଳଗୁଡ଼ିକର ସମନ୍ୱିତ ପ୍ରୟାସ ମାଧ୍ୟମରେ ବାଣିଜ୍ୟିକ ପରିଚାଳନାକୁ ଉନ୍ନତ କରିବା ପ୍ରତି ପୂର୍ବ ତଟ ରେଳପଥର ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ପ୍ରତିଫଳିତ କରୁଛି। ଏହି ସକାରାତ୍ମକ ପ୍ରଗତିକୁ ଅବ୍ୟାହତ ରଖିବା ପାଇଁ ପୂର୍ବତଟ ରେଳପଥ ଜୋନ୍ର ପ୍ରମୁଖ ଷ୍ଟେସନଗୁଡ଼ିକରେ ନିୟମିତ ବ୍ୟବଧାନରେ ଫୋର୍ଟ୍ରେସ୍ ଟିକେଟ୍ ଯାଞ୍ଚ ଅଭିଯାନ ଆୟୋଜନ କରିବାକୁ ଯୋଜନା କରିଛି।

ନିୟମିତ ଟିକେଟ୍ ଯାଞ୍ଚ ସହିତ ସୁବିଧାଜନକ ଟିକେଟ୍ ବୁକିଂ ବ୍ୟବସ୍ଥା ଏବଂ ଯାତ୍ରୀ ସଚେତନତା, ବୈଧ ଟିକେଟ୍ କ୍ରୟକୁ ପ୍ରୋତ୍ସାହିତ କରିବା, ଅନଧିକୃତ ଯାତ୍ରା ହ୍ରାସ କରିବା ଏବଂ ରେଳପଥ ରାଜସ୍ୱର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହି ପଦକ୍ଷେପ ଆରମ୍ଭ ହେବା ପରଠାରୁ UTS ଟିକେଟ୍ ବୁକିଂରେ ଦେଖାଦେଇଥିବା ଉତ୍ସାହଜନକ ବୃଦ୍ଧି, ଦାୟିତ୍ୱବାନ ଯାତ୍ରା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ପୂର୍ବ ତଟ ରେଳପଥ ନେଟୱାର୍କରେ ଟିକେଟ୍ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ପାଇଁ ନିରନ୍ତର ପ୍ରୟାସର ଗୁରୁତ୍ୱକୁ ପ୍ରତିପାଦିତ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande