କୋରାପୁଟରେ ରାଜ୍ୟ ରାଜପଥ ନମ୍ବର ୪୮ର ଏକ ଅଂଶ ବନ୍ଦ
ଜୟପୁର, ୨ ନଭେମ୍ବର (ହି.ସ.)- ବାତ୍ୟା ''ମୁରାସୁ'' ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଥିବା ବେଳେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କୋରାପୁଟ ଜିଲ୍ଲା ପ୍ରଶାସନ ବୋରିଗୁମ୍ମା ଓ ରାଣୀଗୁଡ଼ା ମଧ୍ୟରେ ଥିବା ରାଜ୍ୟ ରାଜପଥ ନମ୍ବର ୪୮ର ଏକ ବିପଦପୂର୍ଣ୍ଣ ଅଂଶକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି
କୋରାପୁଟରେ ରାଜ୍ୟ ରାଜପଥ-୪୮ର ଏକ ଅଂଶ ବନ୍ଦ


ଜୟପୁର, ୨ ନଭେମ୍ବର (ହି.ସ.)- ବାତ୍ୟା 'ମୁରାସୁ' ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଥିବା ବେଳେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କୋରାପୁଟ ଜିଲ୍ଲା ପ୍ରଶାସନ ବୋରିଗୁମ୍ମା ଓ ରାଣୀଗୁଡ଼ା ମଧ୍ୟରେ ଥିବା ରାଜ୍ୟ ରାଜପଥ ନମ୍ବର ୪୮ର ଏକ ବିପଦପୂର୍ଣ୍ଣ ଅଂଶକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

ସୂଚନା ଅନୁଯାୟୀ, କ୍ରମାଗତ ବର୍ଷା ଯୋଗୁଁ ମାଟି ନରମି ଯାଇଛି ଏବଂ ପାଖ ପାହାଡ଼ରୁ ମାଟି ଓ ପଥର ଖସିବା ଆରମ୍ଭ ହୋଇଛି, ଯାହା ଯାତାୟାତ କରୁଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଗତ ମାସରେ ମଧ୍ୟ ପ୍ରବଳ ବର୍ଷା ପରେ ଏହି ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା।

ପରିସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ, ଯାତ୍ରୀମାନଙ୍କୁ ବୋରିଗୁମ୍ମା-ରାଣୀଗୁଡ଼ା ରାସ୍ତା ବ୍ୟବହାର ନ କରି ଜାତୀୟ ରାଜପଥ ନମ୍ବର ୩୨୬ ଦେଇ ଯିବାକୁ ପରାମର୍ଶ ଦିଆଯାଇଛି।

ବାତ୍ୟା 'ମୁରାସୁ'କୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ସୋମବାର ଦିନ ପ୍ରବଳ ବର୍ଷା ସହିତ ଝଡ଼-ତୋଫାନ, ବିଜୁଳି ଏବଂ ଜୋରଦାର ପବନ ବହିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ରହିପାରେ ଏବଂ କିଛି ସ୍ଥାନରେ ଏହା ଘଣ୍ଟା ପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ତେଣୁ ସତର୍କତା ଦୃଷ୍ଟି କୋଣରୁ ପ୍ରଶାସନ ତରଫରୁ ବୋରିଗୁମ୍ମା ଓ ରାଣୀଗୁଡ଼ା ମଧ୍ୟରେ ଥିବା ରାଜ୍ୟ ରାଜପଥ ନମ୍ବର ୪୮ର ଏକ ବିପଦପୂର୍ଣ୍ଣ ଅଂଶକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande