ଭାରତ ବିପକ୍ଷରେ ଦିନିକିଆ ସିରିଜ୍ରୁ ମାର୍କ ଚାପମ୍ୟାନ୍ ଓ ରଚିନ୍ ରବୀନ୍ଦ୍ର ବାଦ ପଡିଲେ
ନୂଆଦିଲ୍ଲୀ, ୨ ନଭେମ୍ବର (ହି.ସ.)। ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍କା ଲାଗିଛି। ଦଳର ପ୍ରମୁଖ ଖେଳାଳି ମାର୍କ ଚାପମ୍ୟାନ୍ ଓ ରଚିନ୍ ରବୀନ୍ଦ୍ର ଆହତ କାରଣରୁ ପୂରା ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ଉଭୟ ଖେଳାଳି ଆଘାତରୁ ସୁସ୍ଥ ହେଉଥିଲେ ମଧ୍
न्यूज़ीलैंड के सलामी बल्लेबाज रचिन रविन्द्र


ନୂଆଦିଲ୍ଲୀ, ୨ ନଭେମ୍ବର (ହି.ସ.)। ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍କା ଲାଗିଛି। ଦଳର ପ୍ରମୁଖ ଖେଳାଳି ମାର୍କ ଚାପମ୍ୟାନ୍ ଓ ରଚିନ୍ ରବୀନ୍ଦ୍ର ଆହତ କାରଣରୁ ପୂରା ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ଉଭୟ ଖେଳାଳି ଆଘାତରୁ ସୁସ୍ଥ ହେଉଥିଲେ ମଧ୍ୟ ନଭେମ୍ବର ୪ରୁ ଅକଲାଣ୍ଡରେ ଆରମ୍ଭ ହେବାକୁ ଥିବା ସିରିଜ୍ ପାଇଁ ସମ୍ପୂର୍ଣ୍ଣ ଫିଟ୍ ହୋଇପାରିବେ ନାହିଁ।

ନ୍ୟୁଜିଲାଣ୍ଡ କ୍ରିକେଟ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୟୁରୋପୀୟ ଟି-୨୦ ପ୍ରିମିୟର ଲିଗ୍ରେ ଖେଳୁଥିବା ସମୟରେ ଚାପମ୍ୟାନ୍ଙ୍କ ବାମ ଜଙ୍ଘର ହାମଷ୍ଟ୍ରିଙ୍ଗ୍ ମାଂସପେଶୀରେ ଆଘାତ ଲାଗିଥିଲା। ନିକଟରେ ହୋଇଥିବା ଏମ୍ଆର୍ଆଇ ପରୀକ୍ଷା ପରେ ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍ ହେବା ପାଇଁ ଆଉ ଦୁଇ ସପ୍ତାହର ପୁନର୍ବାସ ଚିକିତ୍ସା ଆବଶ୍ୟକ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ଏକ ପ୍ରଚାର କାର୍ଯ୍ୟକ୍ରମର ସୁଟିଂ ସମୟରେ ଘଟିଥିବା ଦୁର୍ଘଟଣାରେ ରଚିନ୍ଙ୍କ ଡାହାଣ କାନ୍ଧର ହାଡ଼ ଖସିଯାଇଥିଲା। ତାଙ୍କୁ ମଧ୍ୟ ପୂର୍ଣ୍ଣ କ୍ଷମତାର ସହ ପଡ଼ିଆକୁ ଫେରିବା ପାଇଁ ଆହୁରି ସମୟ ଆବଶ୍ୟକ।

ଉଭୟ ଖେଳାଳି ସିରିଜ୍ରୁ ବାଦ୍ ପଡ଼ିବା ନେଇ ନ୍ୟୁଜିଲାଣ୍ଡର ମୁଖ୍ୟ ପ୍ରଶିକ୍ଷକ ରବ୍ ୱାଲ୍ଟର ନିରାଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଚାପମ୍ୟାନ୍ ଓ ରଚିନ୍ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ଚାପମ୍ୟାନ୍ ଆଘାତରୁ ଫେରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ସେହିପରି ରଚିନ୍ଙ୍କ କାନ୍ଧ ଏବେ ଧଳା ବଲ୍ କ୍ରିକେଟ୍ରେ ସ୍ୱାଭାବିକ ଭାବେ କ୍ଷେତ୍ରରକ୍ଷଣ କରିବା ପାଇଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ। ଚଳିତ ମାସ ଶେଷ ଭାଗରେ ଟେଷ୍ଟ ସିରିଜ୍ ମଧ୍ୟ ରହିଥିବାରୁ ଦଳ ଏହି ଦୁଇ ଖେଳାଳିଙ୍କ ଫିଟ୍ନେସ୍କୁ ନେଇ କୌଣସି ବିପଦ ନେବାକୁ ଚାହୁଁନାହିଁ।

ୱିକେଟ୍କିପର ବ୍ୟାଟର ଟିମ୍ ସିଫର୍ଟଙ୍କୁ ପ୍ରଥମ ତିନୋଟି ଦିନିକିଆ ପାଇଁ ଦଳରେ ସାମିଲ କରାଯାଇଛି। ପୂର୍ବରୁ ତାଙ୍କୁ ସିରିଜ୍ର ଶେଷ ଦୁଇଟି ମ୍ୟାଚ୍ ପାଇଁ ଚୟନ କରାଯାଇଥିଲା। ବାମହାତୀ ବ୍ୟାଟର ହେନରୀ ନିକୋଲ୍ସଙ୍କୁ ମଧ୍ୟ ପ୍ରଥମ ତିନୋଟି ମ୍ୟାଚ୍ ପାଇଁ ଦଳରେ ସ୍ଥାନ ମିଳିଛି। ଅଲ୍ରାଉଣ୍ଡର ଡିନ୍ ଫକ୍ସକ୍ରଫ୍ଟ ଶେଷ ଦୁଇଟି ମ୍ୟାଚ୍ ପାଇଁ ଦଳ ସହ ଯୋଗଦେବେ।

ଦ୍ରୁତ ବୋଲର ମ୍ୟାଟ୍ ଫିଶରଙ୍କୁ ମଧ୍ୟ ପ୍ରଥମ ତିନୋଟି ଦିନିକିଆ ପାଇଁ ଦଳରେ ସ୍ଥାନ ଦିଆଯାଇଛି। ପୂର୍ବରୁ ତାଙ୍କୁ କେବଳ ଶେଷ ଦୁଇଟି ମ୍ୟାଚ୍ ପାଇଁ ଚୟନ କରାଯାଇଥିଲା। ଏହି ସମୟରେ ଡାହାଣ ଜଙ୍ଘର ମାଂସପେଶୀରେ ସାମାନ୍ୟ ଆଘାତ କାରଣରୁ ଗତ ତିନୋଟି ଟି-୨୦ ମ୍ୟାଚ୍ରୁ ବାଦ୍ ପଡ଼ିଥିବା ମ୍ୟାଟ୍ ହେନରୀ ନଭେମ୍ବର ୨ରେ ଦଳ ସହ ଯୋଗଦେବେ। ତେବେ ଫିଟ୍ନେସ୍ ଆକଳନ ପରେ ହିଁ ତାଙ୍କ ଖେଳିବା ନେଇ ନିଷ୍ପତ୍ତି ନିଆଯିବ।

ଭାରତ ବିପକ୍ଷ ପ୍ରଥମ ତିନୋଟି ଦିନିକିଆ ପାଇଁ ନ୍ୟୁଜିଲାଣ୍ଡ ଦଳ: ମିଚେଲ୍ ସାଣ୍ଟନର (ଅଧିନାୟକ), ମାଇକେଲ୍ ବ୍ରେସୱେଲ୍, ଡେଭନ୍ କନୱେ, ଜାକବ୍ ଡଫି, ମ୍ୟାଟ୍ ଫିଶର, ମ୍ୟାଟ୍ ହେନରୀ, କାଇଲ୍ ଜାମିସନ୍, ଟମ୍ ଲାଥମ୍ (ୱିକେଟ୍କିପର), ଡାରିଲ୍ ମିଚେଲ୍, ହେନରୀ ନିକୋଲ୍ସ, ଗ୍ଲେନ୍ ଫିଲିପ୍ସ, ଟିମ୍ ସିଫର୍ଟ, ନାଥନ୍ ସ୍ମିଥ୍, ୱିଲ୍ ୟଙ୍ଗ୍ ଓ ବ୍ଲେୟାର ଟିକନର।

ଶେଷ ଦୁଇଟି ଦିନିକିଆ ପାଇଁ ନ୍ୟୁଜିଲାଣ୍ଡ ଦଳ: ମିଚେଲ୍ ସାଣ୍ଟନର (ଅଧିନାୟକ), ଫିନ୍ ଆଲେନ୍, ମାଇକେଲ୍ ବ୍ରେସୱେଲ୍, କ୍ରିଷ୍ଟିଆନ୍ କ୍ଲାର୍କ, ଜାକବ୍ ଡଫି, ମ୍ୟାଟ୍ ଫିଶର, ଡିନ୍ ଫକ୍ସକ୍ରଫ୍ଟ, ଲକି ଫର୍ଗୁସନ୍, ମିଚେଲ୍ ହେ (ୱିକେଟ୍କିପର), ନିକ୍ କେଲି, ଟିମ୍ ସିଫର୍ଟ (ୱିକେଟ୍କିପର), ବ୍ଲେୟାର ଟିକନର ଓ ୱିଲ୍ ୟଙ୍ଗ୍।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande