
ମାଲକାନଗିରି ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟସ୍ ଓଡ଼ିଶାର ପ୍ରଥମ ଜିଲ୍ଲା ସାମ୍ବାଦିକ ସଂଘ ଭାବେ ଓ ୟୁ ଜେ ର ଅନୁବନ୍ଧନ ପ୍ରମାଣପତ୍ର ପାଇଲାମାଲକାନଗିରି , ୨ ନଭେମ୍ବର (ହି.ସ.) - ଭୁବନେଶ୍ୱରଠାରେ ଓୟୁଜେ ର ସଭାପତି ତଥା ଭାରତୀୟ ପ୍ରେସ୍ ପରିଷଦର ସଦସ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମହାନ୍ତିଙ୍କଠାରୁ ଆଜି ମାଲକାନଗିରି ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟସ୍ ଓଡ଼ିଶାର ପ୍ରଥମ ଜିଲ୍ଲା ସାମ୍ବାଦିକ ସଂଘ ଭାବେ ଓ ୟୁ ଜେ ର ଅନୁବନ୍ଧନ ପ୍ରମାଣପତ୍ର ପାଇଲା!ମାଲକାନଗିରି ଏମ ୟୁ ଜେ ସଭାପତି ଦେବ ପ୍ରସାଦ ଦାଶ ଓ ଉପ ସଭାପତି ସତ୍ୟନାରାୟଣ ପଣ୍ଡା ଏହି ପ୍ରମାଣପତ୍ର ଗ୍ରହଣ କରିଥିଲେ!
ଏହି ଐତିହାସିକ ସଫଳତାର ଶ୍ରେୟ ଏମ ୟୁ ଜେ ର ପ୍ରତ୍ୟେକ ସଦସ୍ୟଙ୍କୁ ଯାଉଛି। ଆପଣମାନଙ୍କର ସହଯୋଗ, ନିଷ୍ଠା, ସମର୍ପଣ ଭାବନା ଓ ଏକତା ଯୋଗୁଁ ହିଁ ଏହି ସଫଳତା ସମ୍ଭବ ହୋଇପାରିଛି। ଆପଣମାନଙ୍କର ଆସ୍ଥା, ବିଶ୍ୱାସ ଓ ନିରନ୍ତର ସମର୍ଥନ ପାଇଁ ସଭାପତି ଶ୍ରୀ ଦାଶ ସଦସ୍ୟଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ।
ଏଥିସହିତ ଶ୍ରୀଯୁକ୍ତ ମହାନ୍ତି ଏବଂ ଓୟୁଜେ ର ସମସ୍ତ ନେତୃତ୍ୱବୃନ୍ଦଙ୍କୁ ଆମର ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି!
ସମସ୍ତେ ଏହି ଗୌରବମୟ ସଫଳତାକୁ ଏକତ୍ରିତ ଭାବେ ପାଳନ କରିବା ଏବଂ ସାମ୍ବାଦିକମାନଙ୍କର କଲ୍ୟାଣ, ନୈତିକ ସାମ୍ବାଦିକତା ଓ ଗଣମାଧ୍ୟମର ସ୍ୱାଧୀନତାର ସୁରକ୍ଷା ଦିଗରେ ଆହୁରି ନିଷ୍ଠାର ସହ କାର୍ଯ୍ୟ କରିବା।
ଏମ ୟୁ ଜେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଏହି ଗୌରବମୟ ଉପଲବ୍ଧି ପାଇଁ ସଭାପତି ଓ ଉପ ସଭାପତି ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ