
ଭୁବନେଶ୍ୱର, 02 ନଭେମ୍ବର (ହି.ସ.)ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ଭଜନ ସମ୍ରାଟ ଭିକାରୀ ବଳଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଏହି ଅବସରରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଭିକାରୀ ବଳଙ୍କ ସ୍ମୃତିଚାରଣ କରିଛନ୍ତି। ଓଡ଼ିଆ ଭକ୍ତି ସଙ୍ଗୀତ ଜଗତରେ ତାଙ୍କର ଅବଦାନ ଅତୁଳନୀୟ। ନିଜର ଭାବପୂର୍ଣ୍ଣ କଣ୍ଠସ୍ୱର ଓ ଭକ୍ତିମୟ ସଙ୍ଗୀତ ମାଧ୍ୟମରେ ସେ ଓଡ଼ିଶାର ଅଗଣିତ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ