ଓଡ଼ିଶା ଉପରେ ପ୍ରଭାବ ପକାଇବନି ମୁରାସୁ
ଭୁବନେଶ୍ୱର, ୦୨ ନଭେମ୍ବର (ହି.ସ.) - ବର୍ତମାନ ବାତ୍ୟା ମୂରାସୁର ଗତିପଥ ଧୀରେ ଧୀରେ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଏବଂ ପାର୍ଶ୍ୱବର୍ତୀ ଅଂଚଳକୁ ମୁଭମେଂଟ କରୁଛି। ଆଜି ମଧ୍ୟ ରାତ୍ରରେ ଆନ୍ଧ୍ରପ୍ରଦେଶର ଅଙ୍ଗୋଲ ଓ ପାର୍ଶ୍ୱବର୍ତୀ ଅଂଚକୁ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହୁଛି। ଲ୍ୟାଣ୍ଡଫଲ ହେବା ପରେ
Murasu


ଭୁବନେଶ୍ୱର, ୦୨ ନଭେମ୍ବର (ହି.ସ.) - ବର୍ତମାନ ବାତ୍ୟା ମୂରାସୁର ଗତିପଥ ଧୀରେ ଧୀରେ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଏବଂ ପାର୍ଶ୍ୱବର୍ତୀ ଅଂଚଳକୁ ମୁଭମେଂଟ କରୁଛି। ଆଜି ମଧ୍ୟ ରାତ୍ରରେ ଆନ୍ଧ୍ରପ୍ରଦେଶର ଅଙ୍ଗୋଲ ଓ ପାର୍ଶ୍ୱବର୍ତୀ ଅଂଚକୁ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହୁଛି। ଲ୍ୟାଣ୍ଡଫଲ ହେବା ପରେ ପ୍ରବଳ ବର୍ଷା ସହିତ ୧୧୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ତେବେ ବିଶେଷ ଭାବରେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିବ ନାହିଁ। କିନ୍ତୁ ଲ୍ୟଣ୍ଡଫଲ କରିବା ପରେ ଓଡ଼ିଶାର କିଛିଟା ସ୍ଥାନରେ ବର୍ଷା ସହିତ ୪୦ ରୁ ୫୦ ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ଗଜପତି ରାୟଗଡ଼ା କୋରାପୁଟ ମାଲକାନଗିରି ନବରଙ୍ଗପୁର କନ୍ଧମାଳ କଳାହାଣ୍ଡି ନୟାଗଡ଼,ପୁରୀ,ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୪ ତାରିଖ ଯାଏଁ ବର୍ଷା ସହିତ ପବନ ଦେଖିବାକୁ ମିଳିବ। ଏପରିକି ବିଗତ ୩ ଦିନ ଯାଏଁ ସମୁଦ୍ର ମଧ୍ୟ ଅଶାନ୍ତ ରହିବ ତେଣୁ ମତ୍ସଜୀବୀ ଙ୍କୁ ସମୁଦ୍ର ବାରଣ କରାଯାଇଛି ବୋଲି ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ୍ ସାହୁ ସୂଚନା ଦେଇଛନ୍ତି। ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande