
ଭୁବନେଶ୍ୱର, ୦୨ ନଭେମ୍ବର (ହି.ସ.) - ବାତ୍ୟା ମୁରାସୁ ପାଇଁ ସରକାର ପ୍ରସ୍ତୁତ। ସୋମବାର ବାତ୍ୟା ମୁରାସୁ ପାଇଁ ଏସଆରସିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ପରେ ଏହା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ ମୁରାସୁ ପାଇଁ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲା ପ୍ରଭାବିତ ହେବ। ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କନ୍ଧମାଳ ସମେତ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି। ଏହା ବ୍ୟତୀତ ସମୁଦ୍ର ତଟବର୍ତୀ ଜିଲ୍ଳା ଗୁଡିକରେ ପ୍ରବଳ ବର୍ଷା ହେବ। ବାତ୍ୟା ଆଶ୍ରୟସ୍ଥଳରୁ ଫେରିଥିବା ଲୋକଙ୍କୁ ପୁଣି ଥରେ ସେଠାକୁ ଅଣାଯିବ। ଅର୍ଣ୍ଣବ ବେଳେ ୧ ଲକ୍ଷ ୮୦ ହଜାର ୯୨୦ ଜଣ ଲୋକ ଆଶ୍ରୟ ନେଇଥିଲେ। ଅର୍ଣ୍ଣବ ପରେ ପ୍ରଭାବିତ ଅଂଚଳରେ ବିଦ୍ୟୁତୀକରଣ ବ୍ୟବସ୍ଥାକୁ ପୁନଃବ୍ୟବସ୍ଥିତ କରାଯାଇଛି। ପ୍ରଭାବିତ ହୋଇଥିବା ୮ ଜିଲ୍ଲା ମଧ୍ୟରୁ ୪ଟିରେ ଶତପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା