ରାଜସ୍ବ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଖଇରକୁନି ଗ୍ରାମର ରାସ୍ତା ମଝିରୁ ହଟିଲା ବିଦ୍ୟୁତ୍ ଖୁଣ୍ଟ
pole-sifted-from-road-JHS
ରାଜସ୍ବ ମନ୍ତ୍ରୀ ଙ୍କ ହସ୍ତକ୍ଷେପ ପରେ ଖଇରକୁନି ଗ୍ରାମର ରାସ୍ତା ମଝିରୁ


ଝାରସୁଗୁଡ଼ା, ୨ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୁଡ଼ାଲୋଇ ପଞ୍ଚାୟତ ଅଧୀନ ନୂଆ ଖଇରକୁନି ଗ୍ରାମବାସୀଙ୍କ ଏକ ବହୁଦିନର ଜଟିଳ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିଛି। ଗ୍ରାମର ସଂକୀର୍ଣ୍ଣ ମୁଖ୍ୟ ରାସ୍ତା ମଝିରେ ଏକ ବିଦ୍ୟୁତ୍ ଖୁଣ୍ଟ ରହିଥିବାରୁ ଯାତାୟାତରେ ଗୁରୁତର ବାଧା ସୃଷ୍ଟି ହେଉଥିଲା। ବିଶେଷ କରି ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ପ୍ରବେଶ ଏବଂ ରାତ୍ରି ସମୟରେ ଦୁର୍ଘଟଣା ଆଶଙ୍କା ନେଇ ଗ୍ରାମବାସୀ ଚିନ୍ତାରେ ଥିଲେ। ଏହି ସମସ୍ୟା ନେଇ କୁଡ଼ାଲୋଇ ସରପଞ୍ଚ ସନାତନ ନାୟକଙ୍କ ସହଯୋଗରେ ଗ୍ରାମବାସୀମାନେ ବେଲପାହାଡ଼ ବିଦ୍ୟୁତ୍ ବିଭାଗକୁ ଜଣାଇବା ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଘଟଣାକୁ ଗୁରୁତ୍ୱର ସହ ନେଇ ମନ୍ତ୍ରୀ ଶ୍ରୀ ପୂଜାରୀ ତୁରନ୍ତ ବିଦ୍ୟୁତ ବିଭାଗକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ଏହି ତ୍ୱରିତ ହସ୍ତକ୍ଷେପ ଯୋଗୁଁ ବିପଦପୂର୍ଣ୍ଣ ଖୁଣ୍ଟଟି ସ୍ଥାନାନ୍ତରିତ ହୋଇପାରିଛି, ଯାହାଫଳରେ ଗ୍ରାମର ଯାତାୟାତ ପଥ ସୁଗମ ଓ ସୁରକ୍ଷିତ ହୋଇଛି। ଏହି ସଫଳତା ପାଇଁ ଗ୍ରାମବାସୀ ରାଜସ୍ୱ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande