
ଭୁବନେଶ୍ୱର, ୦୨ ନଭେମ୍ବର (ହି.ସ.) - ଗଞ୍ଜାମ ଜିଲ୍ଲାର ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ ଓ ସୁସଂଗଠିତ କରିବା ପାଇଁ ବିଭିନ୍ନ ଉଦ୍ଧାରକାରୀ ଦଳ, ବୈଷୟିକ ଉପକରଣ ଓ ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ଏହି ସ୍ଥଳରେ ଏସଓଜିର ୨ଟି ଟିମ୍ ର ୪୨ ଜଣ ସଦସ୍ୟ ନିୟୋଜିତ ଅଛନ୍ତି। ସେହିପରି ଓଡ୍ରାଫ ର ଗୋଟିଏ ଟିମ୍ ର ୧୫ ଜଣ ସଦସ୍ୟ , ଏନଡିଆରଏଫ୍ ର ୨ଟି ଟିମ୍ ର ୩୪ ଜଣ ସଦସ୍ୟ, ୪ ଜଣ ଅଧିକାରୀ ଏବଂ ୨ଟି ସନ୍ଧାନୀ କୁକୁର ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସେହିପରି ଅଗ୍ନିଶମ ସେବାର ୩୫ ଜଣ କର୍ମଚାରୀ ଏବଂ ୧ଟି ସନ୍ଧାନୀ କୁକୁର , ରେଳବାଇ ବିଭାଗର ୩୫ ଜଣ କର୍ମଚାରୀ, ପ୍ରାଣୀ ସମ୍ପଦ ବିଭାଗର ୧ଟି ଟିମ୍ ର ୧୨ ଜଣ ସଦସ୍ୟ ନିୟୋଜିତ ଅଛନ୍ତି।
ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ଓ ବୈଷୟିକ ଉପକରଣ ମଧ୍ୟରେ ରହିଛି ଅଗ୍ନିଶମ ସେବାର ୧ଟି ଜେନେରେଟର ସେଟ୍, ରେଳବାଇ ବିଭାଗ ର୧ଟି ଜେନେରେଟର ସେଟ୍, ୨ଟି ଡ୍ରିଲ୍ ମେସିନ୍ ଏବଂ ୧୦୦ଟି ବ୍ଲାଷ୍ଟିଂ ଜେଲାଟିନ୍ ଷ୍ଟିକ୍ , ଏନଡିଆରଏଫ୍ ର ୧ଟି ଲାଇଫ୍ ଡିଟେକ୍ଟର ଏବଂ ୧ଟି ରାଡାର ଉପକରଣ ଏବଂ ଓଡ୍ରାଫ୍ ର ୧ଟି ଡ୍ରିଲ୍ ମେସିନ୍।
ଉଦ୍ଧାର କାର୍ଯ୍ୟକୁ ଅଧିକ ତୀବ୍ର ଓ ପ୍ରଭାବଶାଳୀ କରିବା ପାଇଁ ସ୍ଥାନୀୟ ଶ୍ରମିକମାନେ ମଧ୍ୟ ଉଦ୍ଧାରକାରୀ ଦଳଗୁଡ଼ିକ ସହ ମିଶି କାର୍ଯ୍ୟରେ ସହଯୋଗ କରୁଛନ୍ତି।- ବିଭିନ୍ନ ବିଭାଗର ସମନ୍ୱିତ ଉଦ୍ୟମ, ଅତ୍ୟାଧୁନିକ ସନ୍ଧାନୀ ଉପକରଣ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରେ ସନ୍ଧାନ ଓ ଉଦ୍ଧାର ଅଭିଯାନ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା