ସୁରକ୍ଷିତ ଶୈଶବ ଅଭିଯାନ ପାଇଁ ସର୍ବଭାରତୀୟ ବିଦ୍ୟାଳୟ ସଚେତନତା ଅଭିଯାନ
ଭୁବନେଶ୍ୱର, ୦୨ ନଭେମ୍ବର (ହି.ସ.) -ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶମତେ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ଅକ୍ଟୋବର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ
jhguyl


ଭୁବନେଶ୍ୱର, ୦୨ ନଭେମ୍ବର (ହି.ସ.) -ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶମତେ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ଅକ୍ଟୋବର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ‘ସୁରକ୍ଷିତ ବଚପନ୍ ଅଭିଯାନ’ ଆୟୋଜନ କରାଯାଇ ଜିଲ୍ଲାର ୨୦ଟି ସ୍କୁଲରେ ବ୍ୟାପକ ସଚେତନତା କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସେମାନଙ୍କର ଆଇନଗତ ଅଧିକାର, ବ୍ୟକ୍ତିଗତ ସୁରକ୍ଷା, ଅନ୍ଲାଇନ୍ ସୁରକ୍ଷା, ଯୌନ ଅପରାଧ ସମ୍ପର୍କରେ ଶିଶୁ ସୁରକ୍ଷା, ମାଗଣା ଆଇନଗତ ସେବା, ସହାୟତା ଏବଂ ପରାମର୍ଶ ଓ ଶିଶୁ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଯାଇଛି ।

ପ୍ରାଥମ ପର୍ଯ୍ୟାୟରେ ଅକ୍ଟୋବର ୩୦ ତାରିଖରେ କ୍ୟାପିଟାଲ ବାଳିକା ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱରଠାରେ ମାନ୍ୟବର ଜିଲ୍ଲା ଓ ଦୌରାଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର ବିରଂଚି ନାରାୟଣ ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାବେଳେ ଏହି ଅଭିଯାନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ । ସେହିପରି ସରକାରୀ ବାଳିକା ବିଦ୍ୟାଳୟ, ୟୁନିଟ୍-୧, ଭୁବନେଶ୍ୱର, କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୧, ଭୁବନେଶ୍ୱର, ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୧, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୯, ସରକାରୀ ଉଚ୍ଚ ବିଦ୍ୟାଳୟ, ସହିଦନଗର, ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୬, ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୮, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୬ରେ ଏହିଭଳି କାର୍ଯ୍ୟକ୍ରମ ଉକ୍ତ ଦିନ ଅନୁଷ୍ଠିତ କରାଯାଇଥିଲା ଓ ଏହି ଅଭିଯାନର ବିଭିନ୍ନ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ, ସାଇବର କ୍ରାଇମ୍ ଦମନ ଅଧିକାରୀ, ଜାତୀୟ ଅଧିକାର କର୍ମୀ, ସମାଜସେବୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇଥିବାବେଳେ ପୁନଶ୍ଚ ତା. ୩୧.୧୦.୨୦୨୬ରିଖରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୪, ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ଗଡ଼, ହରିହର ବିଦ୍ୟାପୀଠ, ଭୁବନେଶ୍ୱର, ବି.ଏମ୍. ଉଚ୍ଚ ବିଦ୍ୟାଳୟ, ଶିଶିଲୋ, ପ୍ରତାପ ଶାସନ ଉଚ୍ଚ ବିଦ୍ୟାଳୟ, ବାଳକାଟି, ମେଣ୍ଢାଶାଳ ଉଚ୍ଚ ବିଦ୍ୟାଳୟ, ମେଣ୍ଡାଶାଳ, ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆରସି ଭିଲେଜ୍, ସରକାରୀ ଉଚ୍ଚ ବିଦ୍ୟାଳୟ, ବାଳକାଟି, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱରରେ ମଧ୍ୟ ଉକ୍ତ ସୁରକ୍ଷିତ ଶୈଶବ ଅଭିଯାନ ଆରମ୍ଭ କରାଯାଇ ବ୍ୟାପକ ସଚେତନତା କରାଯାଇଥିଲା ।

ପ୍ରାଧିକରଣଙ୍କ ସଚିବ ଶ୍ରୀମତୀ ସଲୋମି ସାହୁ ଏହି ଅଭିଯାନରେ ସାମିଲ ହୋଇ ବ୍ୟାପକ ସଚେତନତା ଅନୁଷ୍ଠିତ କରାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଇନଗତ ସାକ୍ଷରତା କ୍ଲବ୍ ଗଠନ ଓ ପୁନରୁଦ୍ଧାର, ସାମୟିକ ସଚେତନତା ଅଧିବେଶନ, ଶିଶୁ ହେଲପ୍ଲାଇନ୍ ଏବଂ ଆଇନଗତ ସହାୟତା ସୂଚନା ପ୍ରଦର୍ଶନ ଏବଂ ଶିକ୍ଷକ ଓ ଅଭିଭାବକଙ୍କ ସହ ନିରନ୍ତର ସମ୍ପର୍କ ସ୍ଥାପନ କରିବାର ପ୍ରଚେଷ୍ଟା କରାଯିବ ବୋଲି ସୂଚନା ଦେବା ସହ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ବିଚାର ବିଭାଗୀୟ/ପ୍ରଶାସନିକ ଅଧିକାରୀ ଓ ଆଇନଜୀବୀ ନ୍ୟାୟ ଅଧିକାରକର୍ମୀମାନଙ୍କୁ ଧନ୍ୟବାଦ ଦେବା ସହ ପରବର୍ତୀ ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ପାଇଁ ଆଗୁଆ ପ୍ରସ୍ତୁତ ହେବାକୁ ବିଭାଗୀୟ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande