
ଜୟପୁର, ୨୨ ନଭେମ୍ବର (ହି.ସ.) - କାଗଜ କଳ ଶ୍ରମିକ ସଂଘ , ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ଏକ ବୈଠକ ସ୍ଥାନୀୟ ଯାଦବ ଭବନ ଠାରେ ଶ୍ରୀ ପ୍ରମୋଦ କୁମାର ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଷ୍ପତି ନିଆଯାଇଛି ଯେ ଆସନ୍ତା ନଭେମ୍ବର ୨୬ ସମ୍ବିଧାନ ଦିବସ ଦିନ ସେବା କାଗଜ କଳ ଶ୍ରମିକ ଙ୍କ ସମସ୍ୟା ସମାଧାନ ଏବଂ ଜିଲ୍ଲାର ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଆଇଟିୟୁସି ନେତୃତ୍ୱରେ ସ୍ଥାନୀୟ ଶ୍ରମ ବିଭାଗ ଅଫିସ୍ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସେବା କାଗଜ କଳ ଶ୍ରମିକ ସଂଘ ର ସଭାପତି ତଥା ଏଆଇଟିୟୂସି ଜିଲ୍ଲା ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ମହାନ୍ତି ଜଣାଇଛନ୍ତି। ସେବା କାଗଜ କଳ ଏବଂ ଶ୍ରମିକ ମାନେ ଅତି ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ସେହି ପରି ଦରଦାମ୍ ବୃଦ୍ଧି ପାଉଥିବା ବେଳେ ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ହେଉନାହିଁ ଏବଂ ଯେଉଁ ସର୍ବନିମ୍ନ ମଜୁରୀ ଅଛି ତାହା ମଧ୍ୟ ମିଳୁନାହିଁ। ନିର୍ମାଣ ଶ୍ରମିକ ମାନଙ୍କ ମଙ୍ଗଳ ପାଇଁ ଥିବା ବ୍ୟବସ୍ଥା ଲାଗୁ ହେଉ ନାହିଁ, ନିର୍ମାଣ ଶ୍ରମିକ ଅଫିସ୍ ମଧ୍ୟ ବନ୍ଦ। ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ରେ ପି ଏଫ୍ , ଇଏସଆଇ ଲାଗୁ ହେଉନାହିଁ। ଏସମସ୍ତ ବିଷୟକୁ ଆଜିର ସଭାରେ ପ୍ରଦୀପ ପାଞ୍ଜିଆ , ବସନ୍ତ ବେହେରା, ସୁବାଷ ବେହେରା,ସରୋଜ ପଣ୍ଡା, ଭାସ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି