ପଂଚକବ୍ରତରେ ଆଖଣ୍ଡଳମଣିଙ୍କ ପଂଚାନନ ବେଶ, ରାହାସ ପୂର୍ଣ୍ଣିମା ଦିନ ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ ବାବା, ଶ୍ରଦ୍ଧାଳୁ ଭକ୍ତଙ୍କ ଦର୍ଶନ ପାଇଁ ପୀଠରେ ସ୍ୱତନ୍ତ୍ର ବ୍ୟବସ୍ଥା
ଭଦ୍ରକ, ୨୨ ନଭେମ୍ବର (ହି.ସ.) - ଧର୍ମରମାସ କାର୍ତିକମାସ ତଥା ପଂଚକବ୍ରତ ଅବସରରେ ବାବା ଆଖଣ୍ଡଳମଣିଙ୍କ ପଂଚାନନ ବେଶ ଦର୍ଶନ କରିବା ପାଇଁ ଆରଡିପୀଠରେ ହଜାରହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗୁଛି। ପବିତ୍ର ଅଁଳା ନବମୀ ଠାରୁ ରାହାସ ପୂର୍ଣ୍ଣିମା ଯାଏଁ ମନ୍ଦିର ପ୍ରାଙ୍ଗଣରେ ହରିହର ଭେଟ ସହ ଭାଗବତ ପାରା
AKHANDALAMANI PANCHANAN BESA


ଭଦ୍ରକ, ୨୨ ନଭେମ୍ବର (ହି.ସ.) - ଧର୍ମରମାସ କାର୍ତିକମାସ ତଥା ପଂଚକବ୍ରତ ଅବସରରେ ବାବା ଆଖଣ୍ଡଳମଣିଙ୍କ ପଂଚାନନ ବେଶ ଦର୍ଶନ କରିବା ପାଇଁ ଆରଡିପୀଠରେ ହଜାରହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗୁଛି। ପବିତ୍ର ଅଁଳା ନବମୀ ଠାରୁ ରାହାସ ପୂର୍ଣ୍ଣିମା ଯାଏଁ ମନ୍ଦିର ପ୍ରାଙ୍ଗଣରେ ହରିହର ଭେଟ ସହ ଭାଗବତ ପାରାୟଣ ଓ ସଙ୍କିର୍ତନ ଅନୁଷ୍ଠିତ ହେଉଅଛି। ଏହି ଅବସରରେ ଦୈନନ୍ଦିନ ନୀତିନୀର୍ଘଂଟ ଅନୁଯାୟୀ ଭୋର ୫ଟାରେ ଦ୍ୱାରଫିଟା ନୀତି ସହିତ ମଙ୍ଗଳ ଆଳତି, ମହାସ୍ନାନ, ଘର୍ଷଣ ଲାଗି ସମ୍ପନ୍ନ ହେବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟ ଭୋଗ ଲାଗି କରାଯାଉଛି। ପରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦର୍ଶନ ସହ ପୂଜାଲାଗି ଅନୁଷ୍ଠିତ ହେଉଛି। ସକାଳ ୯ଟାରେ ପହଡଖିଆ ଅନ୍ନନୀତି ଭୋଗ ଲାଗି ହେବା ସହିତ ଦିବା ୧ଘଟିକାରେ ବାବାଙ୍କୁ ରୂପା ଅଳଙ୍କାର ନବବସ୍ତ୍ର ଫୁଲ, ଚନ୍ଦନ ଲାଗି କରାଯାଇ ପଂଚାନନ ବେଶରେ ବାବାଙ୍କୁ ସଜ୍ଜିତ କରାଯାଇ ବଡ଼ ଅନ୍ନନୀତି ଭୋଗ ଲାଗି କରାଯାଇ ଏକଘଂଟା ଅବକାଶ (ଶୟନ) ନୀତି କରାଯାଉଛି। ଅପରାହ୍ନ ୪ଟାରେ ସମସ୍ତ ସକାଳ ନୀତି ସମ୍ପନ୍ନ ହେବା ପରେ ବାବା ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁ ଭକ୍ତମାନଙ୍କୁ। ଅନ୍ୟପଟେ ଭାଗବତ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ସନ୍ଧ୍ୟାରେ ହରିହର ଭେଟ ଅନୁଷ୍ଠିତ ହେଉଅଛି। ଆସନ୍ତା ମଙ୍ଗଳବାର ପବିତ୍ର ରାହାସ ପୂର୍ଣ୍ଣିମା ଦିନ ବାବା ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ବିଶେଷକରି ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ପୀଠରେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande