ବିଜେପିର ବୁଥ୍ ସ୍ତରୀୟ ସଭାପତି ହେଲେ ସୁଧୀର ଦାସ
ଜୟପୁର, 22 ନଭେମ୍ବର (ହି.ସ.)କୋରାପୁଟ ବ୍ଲକ ଅନ୍ତର୍ଗତ ଦେବୀଘାଟ ପଂଚାୟତର ଧଉଡାପଦର ଗ୍ରାମ ବୁଥ୍ ସଭାପତି ସୁଧୀର ଦାସ ହୋଇଥିବା ଜଣାଯାଇଛି l ଧଉଡ଼ା ପଦର ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ବୈଠକ ଅନୁଷ୍ଠିତ ହୋଇଥିଲା l ବିଜେପିର ପଂଚାୟତ ସ୍ତରୀୟ ମାସିକିଆ ରିଭିୟୁ ମିଟିଙ୍ଗ ଚାଲିଥିବା ଅବସରରେ ଗ୍ରାମବାସି
ବିଜେପି ର ବୁଥ୍ ସ୍ତରୀୟ ସଭାପତି ହେଲେ ସୁଧୀର ଦାସ


ଜୟପୁର, 22 ନଭେମ୍ବର (ହି.ସ.)କୋରାପୁଟ ବ୍ଲକ ଅନ୍ତର୍ଗତ ଦେବୀଘାଟ ପଂଚାୟତର ଧଉଡାପଦର ଗ୍ରାମ ବୁଥ୍ ସଭାପତି ସୁଧୀର ଦାସ ହୋଇଥିବା ଜଣାଯାଇଛି l ଧଉଡ଼ା ପଦର ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ବୈଠକ ଅନୁଷ୍ଠିତ ହୋଇଥିଲା l ବିଜେପିର ପଂଚାୟତ ସ୍ତରୀୟ ମାସିକିଆ ରିଭିୟୁ ମିଟିଙ୍ଗ ଚାଲିଥିବା ଅବସରରେ ଗ୍ରାମବାସି ଓ ପଂଚାୟତ ସଭାପତି ମନ ଖିଲ ତଥା ମହାଦେଇପୁଟ ମଣ୍ଡଳ ସଭାପତି ରାମଚନ୍ଦ୍ର ପାତ୍ରଙ୍କ ଅଧକ୍ଷତାରେ ସୁଧୀର ଦାସଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଲକ୍ଷ୍ମଣ ଟାକ୍ରୀ, ସାଧାରଣ ସମ୍ପାଦକ ଓ ଦଶ ଜଣିଆ କମିଟିର ଅନ୍ୟାନ ମଧ୍ୟରେ ଗୁରୁ ଖୋସଲା,ଲକ୍ଷ୍ମଣ ପାଙ୍ଗି, ଭୀଷ୍ମ ସୁନା, ମଞ୍ଜୁଲତା ସ୍ୱାଇଁ, ସୁନିତା ପାଙ୍ଗି ଏବଂ ତୁଳସୀ ଯାନୀ ପ୍ରମୁଖଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଉକ୍ତ ବୈଠକ ଟିରେ ଗ୍ରାମର ତ୍ରିନାଥ ନାୟକ, ପ୍ରଦୀପ ପ୍ରଧାନ,ହିରଣ ଖରା, ସୁବାସ ଯାନୀ, ସନ୍ୟାସୀ ମୁଦୁଲି, କୃଷ୍ଣ ସଗରିଆ, ଗୁରୁ ଯାନୀ, ରାଜେନ୍ଦ୍ର ହଁତାଳ ଓ ରାମଚନ୍ଦ୍ର ଯାନୀ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି l ମଣ୍ଡଳ ଅଧିକାରୀ ଶ୍ରୀ ପାତ୍ର ପଂଚାୟତର ଅନ୍ୟାନ୍ୟ ବୁଥ୍ ତଥା ଲାଉରୀ ଗୁଡା, ବଗେଇପଦର ଓ ଦେଓଘାଟି ସମସ୍ତ ତଦାରଖ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande