
ଖୋର୍ଦ୍ଧା , 22 ନଭେମ୍ବର (ହି.ସ.)ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ତଥା ନିକଟରେ ହେଇଥିବା ବନ୍ୟା ଓ ବାତ୍ୟା ପ୍ରପୀଡ଼ିତଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ୍ୟରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଗଜପତି ଜିଲ୍ଲା ନ୍ୟାୟାଳୟରେ ପଦସ୍ଥ ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ଉପସ୍ଥିତିରେ ଭୁବନେଶ୍ୱରର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ସଦସ୍ୟା ମମତା ଦେବୀଙ୍କ ନେତୃତ୍ୱରେ ଆସ୍କାର ଋଷିକୂଲ୍ୟା ନଦୀକୂଳରେ ଥିବା ତ୍ରିବିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୃଦ୍ଧବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଆସ୍କା ଏଡ଼ିଜେ କୋର୍ଟରେ କାର୍ଯ୍ୟରତ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସୁରେଶ ଚନ୍ଦ୍ର ପାତ୍ର, ଛତ୍ରପୁର ସମାଜସେବୀ ମନୋଜ ମିଶ୍ର, ନିରାକାର ସାହୁ, ଗଞ୍ଜାମ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଜଗନ୍ନାଥ ଚୌଧୁରୀ, ପାରଳାଖେମୁଣ୍ଡିସ୍ଥିତ ଜଷ୍ଟିସ କର୍ଣ୍ଣର ଚାରିଟେବଲର ଟ୍ରଷ୍ଟର ଟ୍ରଷ୍ଟି ଶିବ ଚରଣ ଜେନା, ଇଂଜିନିୟର ଦେବଦତ୍ତ ମୁନି ପ୍ରମୁଖ ସାହାଯ୍ୟ ସହଯୋଗର ହାତ ବଢାଇ ଏହାକୁ ସଫଳ କରିଥିଲେ। ଆଗକୁ ମଧ୍ୟ ଶୀତ ଦିନରେ ଏହିପରି କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବୋଲି ମୁଖ୍ୟ ସଙ୍ଗଠକ ତଥା ସମାଜସେବୀ ନୀଳମଣି ମିଶ୍ର ମତବ୍ୟକ୍ତ କରିବା ସହ ଆଜିର କାର୍ଯ୍ୟକ୍ରମକୁ ନେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ