
ଗଂଜାମ, 22 ନଭେମ୍ବର (ହି.ସ.) ଟାଉନଥାନା ଭବାନୀନଗର ତୃତୀୟ ଲେନରେ ଗେଟ୍ ଟୁଗେଦର ଚାଲିଥିବା ବେଳେ ଭ୍ୟାନିଟି ବ୍ୟାଗ୍ରୁ ପ୍ରାୟ 60 ଗ୍ରାମ୍ ସୁନା, ରୂପା ଓ 3,000 ଟଙ୍କା ଚୋରି ହୋଇଥିଲା। ଏହି ଘଟଣା ସମ୍ପର୍କରେ ସୂଚନାପାଇ ସନ୍ତୋଷକୁ ଧରିବା ପରେ ସେ ବନ୍ଦ ଘରୁ ସୁନା ଚୋରି କରି ସନ୍ତରାଣୀ ଷ୍ଟ୍ରିଟ୍ର ସୁନା ତରଳା ଦୋକାନରେ 4 ଲକ୍ଷ ଟଙ୍କାରେ ବିକିଥିବା ସ୍ୱୀକାର କରିଛି।
ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ସନ୍ତୋଷ କୁମାର ବେହେରା (38), ଲାଞ୍ଜିପଲ୍ଲୀ ସାହିର ଓ ଅକ୍ଷୟ ଯାଦବ (30), ସନ୍ତରାଣୀ ଷ୍ଟ୍ରିଟ୍, ସାନବଜାର - ଦୋକାନ ମାଲିକ।
ଏମାନଙ୍କ ଠାରୁ ଲାଞ୍ଜିପଲ୍ଲୀ ଘରୁ 4 ଲକ୍ଷ ଟଙ୍କା, ରୂପା ଓ ନକଲି ଗହଣା, ମୋବାଇଲ୍ ଏବଂ ଦୋକାନରୁ 61 ଗ୍ରାମ୍ ତରଳା ସୁନାର 2 ଖଣ୍ଡ ଓ ମୋବାଇଲ୍ ଜବତ ହୋଇଛି। ଗିରଫ ଦୁଇ ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ