ଚାଷୀଙ୍କୁ ବିହନ ବଣ୍ଟନ କଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା
ବ୍ରହ୍ମପୁର, ୨୨ ନଭେମ୍ବର (ହି.ସ.)। ଚାଷୀଙ୍କ ଆୟ ବୃଦ୍ଧି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଚାଷୀଙ୍କୁ ବିହନ ବଣ୍ଟନ କରିବା
ଚାଷୀଙ୍କୁ ବିହନ ବଣ୍ଟନ କଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା


ବ୍ରହ୍ମପୁର, ୨୨ ନଭେମ୍ବର (ହି.ସ.)। ଚାଷୀଙ୍କ ଆୟ ବୃଦ୍ଧି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଚାଷୀଙ୍କୁ ବିହନ ବଣ୍ଟନ କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାରମ୍ଭିକ ପୁଞ୍ଜି ପ୍ରଦାନ କରିଛନ୍ତି।

ରଙ୍ଗେଇଲୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଧାନ ଚାଷ ପରବର୍ତ୍ତୀ ପଡ଼ିଆ ଜମିରେ ଚାଷକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା 'କ୍ଷେତ ବଞ୍ଚାଓ ଅଭିଯାନ' ଅନ୍ତର୍ଗତ ଆୟୋଜିତ ହୋଇଥିଲା। ଏହି ଅବସରରେ ଚାଷୀମାନଙ୍କୁ ଉନ୍ନତମାନର ବିହନ ବଣ୍ଟନ କରାଯାଇଥିଲା। ସେହିପରି 'ଆତ୍ମା' ଯୋଜନା ଅଧୀନରେ ବିଶ୍ୱନାଥପୁର ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ରାରମ୍ଭିକ ପୁଞ୍ଜି ପ୍ରଦାନ କରାଯାଇଥିଲା।

ମନ୍ତ୍ରୀ ଶ୍ରୀ ଜେନା ସାମାଜିକ ଗଣମାଧ୍ୟମରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇବା ସହ ଧାନ ଅମଳ ପରେ ପଡ଼ିଆ ପଡ଼ୁଥିବା ଜମିର ସଦୁପଯୋଗ କରିବା ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି କରାଯାଇପାରିବ। ଏଥିସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ସରକାରଙ୍କ ଅନ୍ୟତମ ପ୍ରମୁଖ ଲକ୍ଷ୍ୟ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande