ସହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅବସରରେ ମାଥିଲି ଠାରେ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ
ଜୟପୁର, ୨୨ ନଭେମ୍ବର (ହି.ସ.)- ଆଜି ସହୀଦ ଲକ୍ଷ୍ମଣ ନାୟକଙ୍କ ୧୨୮ତମ ଜୟନ୍ତୀ ଅବସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କୋରାପୁଟ ଜିଲ୍ଲା ପରିଷଦ ପକ୍ଷରୁ ମାଥିଲି ଠାରେ ଦିବଙ୍ଗତ ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଛି। ସହୀଦ ଲକ୍ଷ୍ମଣ ନାୟକ ଆଦିବାସୀ ମାନଙ୍କ ନେତୃତ
ସହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅବସରରେ ମାଥିଲି ଠାରେ ପ୍ରତିମୁର୍ତ୍ତି ରେ ପୁଷ୍ପାର୍ଘ୍ୟ ଅର୍ପଣ


ଜୟପୁର, ୨୨ ନଭେମ୍ବର (ହି.ସ.)- ଆଜି ସହୀଦ ଲକ୍ଷ୍ମଣ ନାୟକଙ୍କ ୧୨୮ତମ ଜୟନ୍ତୀ ଅବସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କୋରାପୁଟ ଜିଲ୍ଲା ପରିଷଦ ପକ୍ଷରୁ ମାଥିଲି ଠାରେ ଦିବଙ୍ଗତ ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଛି। ସହୀଦ ଲକ୍ଷ୍ମଣ ନାୟକ ଆଦିବାସୀ ମାନଙ୍କ ନେତୃତ୍ୱ ନେଇ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମରେ ଝାସ ଦେଇଥିଲେ । ଦେଶ ସ୍ବାଧୀନ ହେବା ପରେ ସେ ଯେଉଁ ସ୍ବରାଜ୍ୟର ପରିକଳ୍ପନା କରିଥିଲେ ତାହା କିନ୍ତୁ ଆଜି ବାସ୍ତବ ରୂପ ନେଇପାରି ନାହିଁ। ଆଦିବାସୀ ମାନଙ୍କ ଠାରୁ ଜମି ଜଳ ଜଙ୍ଗଲର ଅଧିକାର ଛଡେଇ ନେଇ ବଡ଼ ବଡ଼ କମ୍ପାନୀ ମାନଙ୍କୁ ବିକାଶ ପାଇଁ ଦିଆଯାଉଛି କିନ୍ତୁ, ବିକାଶ ହେଉନି ଆଦିବାସୀ, ଦଳିତ ମାନଙ୍କର । ଆଦିବାସୀ ମାନଙ୍କ ଅସ୍ମିତା ଲୋପ କରିବା ପାଇଁ ଆର୍ ଏସ୍ ଏସ୍ ନିର୍ଦ୍ଦେଶନାରେ ପରିଚାଳିତ ବିଜେପି ସରକାର ସେମାନଙ୍କୁ ବନବାସୀ ଭାବେ ନାମିତ କରୁଛନ୍ତି। ଆଦିବାସୀ ଗୈ।ରବ ଦିବସ ପାଳନ ନକରି ଜନଜାତି ଦିବସ କହୁଛନ୍ତି ଏବଂ ଏହା ହେଉଛି ଆଦିବାସୀ ଅର୍ଥର କ୍ରୁର ପରିହାସ। ଏଥିପାଇଁ ସମାଜର ସକଳ ବର୍ଗର ଲୋକମାନେ ସଚେତନ ହେବା ପାଇଁ ଏବଂ ଆଦିବାସୀ ଅଞ୍ଚଳରେ ସେମାନଙ୍କ ହକ୍ ଜାହିର ପାଇଁ ଲଢ଼ିବାକୁ ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି ଆହ୍ବାନ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏଆଇଟିୟୂସି ଜିଲ୍ଲା ସଭାପତି ଯୁଧିଷ୍ଠିର ରାଉଳ, ସିପିଆଇ ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାସ, ବରିଷ୍ଠ ସିପିଆଇ କର୍ମୀ ବଳରାମ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande