ଜାତୀୟ ୪୫ତମ ଖୋ-ଖୋ ଖେଳିବେ ବଲାଙ୍ଗିରର ଝିଅ ଚାନ୍ଦିନୀ ଜାଲ
ବଲାଙ୍ଗିର ୨୨ ନଭେମ୍ବର (ହି.ସ.): ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ । ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଉପରବାହାଲ ର ଝିଅ ଚାନ୍ଦିନୀ ଜାଲ ଓଡ଼ିଶା ଜୁନିୟର ବାଳିକା ଖୋ-ଖୋ ଦଳରେ ସ୍ଥାନ ପାଇ ୪୫ତମ ଜୁନିୟର ଜାତୀୟ ଖୋ-ଖୋ ଚମ୍ପିୟନସିପ୍ରେ ଅଂଶଗ୍ରହଣ କରୁଛନ୍ତି। ନଭେମ୍ବର ୨୧ ରୁ ୨
ଜାତୀୟ ୪୫ତମ ଖୋ-ଖୋ ଖେଳିବେ ବଲାଙ୍ଗିରର ଝିଅ ଚାନ୍ଦିନୀ ଜାଲ


ବଲାଙ୍ଗିର ୨୨ ନଭେମ୍ବର (ହି.ସ.): ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ । ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଉପରବାହାଲ ର ଝିଅ ଚାନ୍ଦିନୀ ଜାଲ ଓଡ଼ିଶା ଜୁନିୟର ବାଳିକା ଖୋ-ଖୋ ଦଳରେ ସ୍ଥାନ ପାଇ ୪୫ତମ ଜୁନିୟର ଜାତୀୟ ଖୋ-ଖୋ ଚମ୍ପିୟନସିପ୍ରେ ଅଂଶଗ୍ରହଣ କରୁଛନ୍ତି। ନଭେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଭଡୋଦରାଠାରେ ଏହି ଜାତୀୟ ପ୍ରତିଯୋଗିତା ଆୟୋଜିତ ହେଉଛି ।

ଚାନ୍ଦିନୀଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ବଲାଙ୍ଗିର ଜିଲ୍ଲା ତଥା କ୍ରୀଡାପ୍ରେମୀଙ୍କ ପାଇଁ ଏକ ଗର୍ବର ବିଷୟ। ଜାତୀୟ ସ୍ତରରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିବା ଚାନ୍ଦିନୀଙ୍କ ଏହି କ୍ରୀଡା ଯାତ୍ରା ଜିଲ୍ଲାର ଅନ୍ୟ ଯୁବ କ୍ରୀଡାବିତ୍ମାନଙ୍କ ପାଇଁ ମଧ୍ୟ ପ୍ରେରଣାଦାୟୀ ।

ଏହି ଗୌରବମୟ ସଫଳତା ପାଇଁ ଜିଲ୍ଲା କ୍ରୀଡା ସଂସଦ, ବଲାଙ୍ଗିର ପକ୍ଷରୁ ଚାନ୍ଦିନୀ ଜାଲଙ୍କୁ ହୃଦୟଭରା ଶୁଭେଚ୍ଛା, ଅଭିନନ୍ଦନ ଓ ଧନ୍ୟବାଦ ଅର୍ପଣ କରାଯାଉଛି । ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ, ଆତ୍ମବିଶ୍ୱାସ ଓ ଖେଳ ପ୍ରତି ସମର୍ପଣ ଓଡ଼ିଶାକୁ ଗୌରବାନ୍ୱିତ କରୁ ଏବଂ ଆଗାମୀ ଦିନରେ ସେ ଆହୁରି ଉଚ୍ଚ ସଫଳତା ହାସଲ କରନ୍ତୁ ବୋଲି ଜିଲ୍ଲା କ୍ରୀଡା ସଂସଦ କାମନା କରୁଛି ।

ଚାନ୍ଦିନୀଙ୍କ ଏହି ସଫଳତା ଆମ ବଲାଙ୍ଗିରର ଗର୍ବ, ଆମ ଓଡ଼ିଶାର ଗୌରବ ବୋଲି ଜିଲ୍ଲା କ୍ରୀଡା ସଂସଦ, ବଲାଙ୍ଗିର ପକ୍ଷରୁ କୁହାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande