ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ
ମାଲକାନଗିରି, ୨୨ ନଭେମ୍ବର (ହି.ସ.)- ମାଲକାନଗିରି ପ୍ରଧାନୀଗୁଡା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଆଜି ଚଳିତ ବର୍ଷର ବାର୍ଷିକ ସମାବର୍ତ୍ତନ ଉତ୍ସବ ୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଇଂଜିନିୟର ସୁଭାଷ ଚନ୍ଦ୍ର ପରିଡାଙ୍କ ସଭାପତ
ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ


ମାଲକାନଗିରି, ୨୨ ନଭେମ୍ବର (ହି.ସ.)- ମାଲକାନଗିରି ପ୍ରଧାନୀଗୁଡା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଆଜି ଚଳିତ ବର୍ଷର ବାର୍ଷିକ ସମାବର୍ତ୍ତନ ଉତ୍ସବ ୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଇଂଜିନିୟର ସୁଭାଷ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭବ୍ୟ ସମାରୋହରେ ମାଲକାନଗିରି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଗୁପ୍ତ ମାଢି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଡଃ. ରଞ୍ଜନ କୁମାର ସ୍ଵାଇଁ, ବିଭାଗୀୟ ମୁଖ୍ୟ, ବାଣିଜ୍ୟ ବିଭାଗ, ମାଲକାନଗିରି ମହାବିଦ୍ୟାଳୟ ସ୍ୱତନ୍ତ୍ର ଅତିଥି ଓ ଦେବବ୍ରତ ଦାସ, ଟ୍ରେନିଂ ଅଫିସର ସମ୍ମାନୀତ ଅତିଥିଭାବେ ଯୋଗଦାନ କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ସହକାରୀ ପ୍ରଶିକ୍ଷଣ ଅଧିକାରୀ ଶୁଭ୍ରାଂଶୁ ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ଅଧକ୍ଷ କୃତୀ ପ୍ରଶିକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ବୈଷୟିକ ଶିକ୍ଷା ଓ ଶୃଙ୍ଖଳା ମାଧ୍ୟମରେ ଦେଶ ଗଠନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।

ମଞ୍ଚାସୀନ ଅତିଥିଗଣ ନିଜ ନିଜ ଅଭିଭାଷଣରେ ବର୍ତ୍ତମାନ ସମୟରେ ଦକ୍ଷତା ବିକାଶ ଓ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଆଜିର ପ୍ରତିଯୋଗିତାମୂଳକ ଯୁଗରେ କେବଳ ପୁସ୍ତକଗତ ବିଦ୍ୟା ଯଥେଷ୍ଟ ନୁହେଁ, ବରଂ ବୈଷୟିକ ଦକ୍ଷତା ହିଁ ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ନିଯୁକ୍ତିର ନୂତନ ଦିଗନ୍ତ ଉନ୍ମୋଚନ କରିପାରିବ ବୋଲି ମତ ପୋଷଣ କରିଥିଲେ।କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର ଶୁଭକାମନା ଜଣାଇଥିଲେ।

ଏହି ଅବସରରେ ବିଭିନ୍ନ ଟ୍ରେଡ୍ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ୨୦୨୬ ମସିହାର କୃତୀ ପ୍ରଶିକ୍ଷାର୍ଥୀମାନଙ୍କୁ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷଙ୍କ ଦ୍ୱାରା ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ବିଭିନ୍ନ ବିଭାଗର ଟ୍ରେଡ଼ ଟପ୍ପର ମାନେ ହେଲେ ଗୋପୀ ମାଝୀ, ଫିଟର, ନାଗେଶ୍ଵର ହନ୍ତାଳ, ଇଲେକ୍ଟ୍ରିସିଆନ୍, ଲକ୍ଷ୍ମଣ ବେକୋ, ଇଲେକ୍ଟ୍ରୋନିକ୍ସ ମେକାନିକ୍, ରାମକୃଷ୍ଣ ପୂଜାରୀ,ଟର୍ଣ୍ଣର,ସିଦ୍ଧାନ୍ତ ମାଡ଼କାମୀ, ୱେର୍ ମ୍ୟାନ୍, ବିମଳ ଦାରୁଆ, ୱେଲଡର୍, ଧନେସ୍ ଭୁମିଆ, ପ୍ଲମ୍ବର, ଅନୀତା ଖରା, ସିଲେଇ ପ୍ରଯୁକ୍ତ ବିଦ୍ୟା ।

ଅନୁଷ୍ଠାନର ବିଭାଗୀୟଅଧିକାରୀ ଅଶୋକ କୁମାର ସାହୁ,ଉପପ୍ରଶିକ୍ଷଣ ଅଧିକାରୀ ପ୍ରଫୁଲ୍ଲ ଲୁହା, ସହକାରୀ ଉପ ପ୍ରଶିକ୍ଷଣ ଅଧିକାରୀ ରଞ୍ଜନ କୁମାର ରାଉତ ଓ ସୋମନାଥ ମହାରଣା, କର୍ମଚାରୀ ତଥା ଶତାଧିକ ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ପରିଶେଷରେ ଅନୁଷ୍ଠାନର ଉପ ପ୍ରଶିକ୍ଷଣ ଅଧିକାରୀ ଇଷତ୍ କୁମାର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande