ଧାମନଗର ପୂଜ୍ୟପୂଜା ସାଂସ୍କୃତିକ ପରିଷଦର ଚତୁର୍ଥ ବାର୍ଷିକ ସମାରୋହ ଓ ପ୍ରଦ୍ୟୁମ୍ନ ବଳଙ୍କ ୯୪ ତମ ଜୟନ୍ତୀ ପାଳିତ
ଭଦ୍ରକ, ୨୨ ନଭେମ୍ବର (ହି.ସ.) - ସମାଜକୁ ଦୁର୍ନୀତିମୁକ୍ତ କରିବା ପାଇଁ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ ସର୍ବଦା ଚିନ୍ତା କରୁଥିଲେ ଏବଂ ନିଜ ନୀତି ଓ ଆଦର୍ଶରେ ସେ କେବେ ସାଲିସ କରୁନଥିଲେ। ସ୍ଥାନୀୟ ଅବଦୁଲ କଲାମ ପାଠାଗାର ପରିସରରେ ରବିବାର ଦିନ ଧାମନଗର ପୂଜ୍ୟପୂଜା ସାଂସ୍କୃତିକ ପରିଷଦର ଚତୁର୍ଥ ବାର୍ଷିକ ସ
DHAMNAGAR PUJYAPUJA SANSKRUTIKA PARISHAD


ଭଦ୍ରକ, ୨୨ ନଭେମ୍ବର (ହି.ସ.) - ସମାଜକୁ ଦୁର୍ନୀତିମୁକ୍ତ କରିବା ପାଇଁ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ ସର୍ବଦା ଚିନ୍ତା କରୁଥିଲେ ଏବଂ ନିଜ ନୀତି ଓ ଆଦର୍ଶରେ ସେ କେବେ ସାଲିସ କରୁନଥିଲେ। ସ୍ଥାନୀୟ ଅବଦୁଲ କଲାମ ପାଠାଗାର ପରିସରରେ ରବିବାର ଦିନ ଧାମନଗର ପୂଜ୍ୟପୂଜା ସାଂସ୍କୃତିକ ପରିଷଦର ଚତୁର୍ଥ ବାର୍ଷିକ ସମାରୋହ ତଥା ବିଶିଷ୍ଟ ଜନନେତା ଓ ଦୈନିକ ପ୍ରଗତିବାଦୀ'ର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୯୪ ତମ ଜୟନ୍ତୀ ସମାରୋହ ଅବସରରେ ଯୋଗଦେଇ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି। ପରିଷଦର ସଭାପତି ଆଇନଜୀବୀ ଦେବାଶିଷ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ଉଦ୍ଦେଶ୍ୟ ଜ୍ଞାପନ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଓ ସମ୍ମାନିତ ଅତିଥି ଭାବେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନୀ ବାଳା ବିଶ୍ୱାଳ, ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଧାମନଗର ଥାନାର ଏସ୍ଆଇ ନାରାୟଣ ଚନ୍ଦ୍ର ନାୟକ ଏବଂ ଧାମନଗର ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ସଚ୍ଚିକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ପ୍ରଦ୍ୟୁମ୍ନ ବଳଙ୍କ ନିରପେକ୍ଷ ସାମ୍ବାଦିକତା ଓ ଆଦର୍ଶ ଉପରେ ଆଲୋକପାତ କରିବା ସହ ଆଜିର ସମାଜ ଓ ସାମ୍ବାଦିକମାନେ ତାଙ୍କ ପଥ ଅନୁସରଣ କରିବା ଉଚିତ ବୋଲି କହିଥିଲେ।ଏହି ଅବସରରେ ବରିଷ୍ଠ ନାଗରିକ ପରିଷଦର ସଭାପତି ଅନିଲ କୁମାର ବାରିକ, ହୃଦାନନ୍ଦ କର, ସଂଜୟ କୁମାର ମିଶ୍ର, ଭୋଳାନାଥ ସାହୁ, ଅଭିମନ୍ୟୁ ମଲିକ, ମାନସ ସାହୁ, ସୁଶାନ୍ତ ରାଉତ, ଏମ୍.ଡି. ହବିବୁର ରହେମାନ, ମହେଶ୍ୱର ସ୍ୱାଇଁ ଏବଂ ନୃସିଂହ ଚରଣ ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ସ୍ୱର୍ଗତ ବଳଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଚିତରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆନନ୍ଦପୁର ବ୍ଲକ ଏବିଇଓ ହେମେନ୍ଦ୍ର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ପରିଷଦ ପକ୍ଷରୁ ଡକ୍ଟରେଟ ଉପାଧି ପ୍ରାପ୍ତି ସମାଜ ସେବୀ ଡ. ଶେଖ ଅବଦୁଲ ହାକିମି ( ଗୋରା) ଙ୍କୁ ସମ୍ମାନଜନକ ସଦ୍ଭାବନା ଗୌରବ' ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସାମ୍ବାଦିକ ସୁଧାକର ଦାଶ, ସରୋଜ ସେଠୀ, ଜିଲାନି ଭାଇ, ସଂଜୀବ ମହାନ୍ତି, ବିଶ୍ୱଜିତ ପଲାଇ, ଅର୍ଜିତ ରାଉଳ, କୈଳାସ ଗୁପ୍ତା, ଫିରୋଜ ଶାହା, ଇପ୍ସିତା ହୋତା ଏବଂ ଅଜିତ ରାୟ ପ୍ରମୁଖ ପରିଚାଳନା କରିଥିଲେ।ପ୍ରାରମ୍ଭରେ ବିଭିନ୍ନ ମହାପୁରୁଷ ଙ୍କ ପ୍ରତିମୂର୍ତି ରେ ପରିଷଦ ପକ୍ଷ ରୁ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା।ଶେଷରେ କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande